ବ୍ଲାକ୍‌ମେଲିଂ କରି ୨୫ ଲକ୍ଷ ଲୁଟିନେଲା: ମାୟାବିନୀ।

utkalnews7
By
0

ଭୁବନେଶ୍ଵର,(ଉତ୍କଳ ନ୍ୟୁଜ୍୭), ୦୧/୦୮ : ସାବଧାନ୍!ରାଜ୍ୟ ରେ ଏବେ ମାତିଛନ୍ତି ସାଇବର ଲୁଟେରା।ପ୍ରଥମେ ହ୍ଵାଟସଆପ୍‌ରେ ଆସୁଛି ସୁନ୍ଦରୀଙ୍କ ହାଏ ମେସେଜ୍, ଆଉ ତାପର ଆରମ୍ଭ ହେଉଛି ନ୍ୟୁଡ୍ କଲ୍। ଆଉ ଯିଏ ଦେଖିଲା ସିଏ ଫସିଲା। ହ୍ଵାଟସ୍‌ଆପ୍‌ରେ ମାୟାଜାଲ ବିଛାଇ ଏଭଳି ବ୍ଲାକମେଲ୍ କରୁଛନ୍ତି ସୁନ୍ଦରୀ। ରାଜଧାନୀରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ନ୍ୟୁଡ୍ କଲ୍‌ର ଶିକାର ହୋଇ ୨୫ ଲକ୍ଷ ଟଙ୍କା ହରାଇଛନ୍ତି ଜଣେ ବିଏସଏନଏଲ୍ ଇଞ୍ଜିନିଅର।ସୂଚନାନୁଯାୟୀ, ରାଜଧାନୀରେ ମାତିଛନ୍ତି ସାଇବର୍ ଲୁଟେରା। ହ୍ଵାଟସ୍‌ଆପ୍‌ରେ ନ୍ୟୁଡ୍ ଭିଡିଓ କଲ କରି ଜଣେ ବିଏସଏନଏଲ୍ ଇଞ୍ଜିନିୟରଙ୍କୁ ଟ୍ରାପ୍ କଲେ ଯୁବତୀ। ଆଉ ଟ୍ରାପ୍‌ର ଗୋଟିଏ ଦିନ ପରେ ନକଲି ସିବିଆଇ ଅଫିସରଙ୍କ ପରିଚୟ ଦେଇ ଆରମ୍ଭ କଲେ ବ୍ଲାକମେଲିଂ। ଇଞ୍ଜିନିଅରଙ୍କ ଠାରୁ ପର୍ଯ୍ୟାୟ କ୍ରମେ ଚୂନା ଲଗାଇଦେଲେ ୨୫ ଲକ୍ଷ ଟଙ୍କା। ଠକେଇର ଶିକାର ହୋଇ ଶେଷରେ ସାଇବର ଥାନାର ଦ୍ଵାରସ୍ଥ ହୋଇଛନ୍ତି ବିଏସଏନଏଲ୍ ଇଞ୍ଜିନିଅର୍। ତେବେ ରାଜଧାନୀରେ ଏହି ମାୟାବିନୀଙ୍କ ମାୟାଜାଲ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ଵରରେ ହେଉଥିବା ସାଇବର୍ ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନ୍ୟୁଡ୍ କଲ୍ ଯୋଗୁଁ ଠକେଇର ଶିକାର ହେଉଥିବା ନେଇ ସାଇବର୍ ଥାନାରୁ ସୂଚନା ମିଳିଛି।ଏବେ ଦେଖିବାକୁ ବାକି ରହିଲା ସାଇବର ଲୁଟେରାଙ୍କ ଉପରେ କେବେ ଲାଗୁଛି ରୋକ।

Post a Comment

0 Comments

Please Select Embedded Mode To show the Comment System.*