ଶୌଚ ବେଳେ ନଈର ଗଭୀର ସ୍ରୋତରେ ଭାସି, ଛାତ୍ରର ମୃତ୍ୟୁ।

utkalnews7
By
0


ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭),୩/୮: ଶୌଚ ବେଳେ ନଈର ପ୍ରଖର ସ୍ରୋତରେ ଭାସି ଛାତ୍ରର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ସାତସଂଖ ନଇରେ।ନଈରେ ଶୌଚ ହେଉଥିବା ବେଳେ ଗଭୀର ଜଳର ଶ୍ରୋତରେ ଭାସି ଛାତ୍ରର ମୃତ୍ୟୁ ଘଟିଛି।ମୃତ ଜଣକ ହେଲେ ଲକି ସାମଲ।ସ୍କୁଲ ଛୁଟି ପରେ ଲକି ଏକ କୋଚିଙ୍ଗ୍ ସେଣ୍ଟରକୁ କୋଚିଂ ନେବାକୁ ଯାଇଥିଲେ।  ଏହି ସମୟରେ  ଶୌଚ ପାଇଁ ନିକଟସ୍ଥ ନଈକୁ ଯାଇଥିଲେ । ଶୌଚ ବେଳେ ନଈର ପ୍ରଖର ସ୍ରୋତରେ ଭାସିଯାଇ  ଲକି ବୁଡିଯାଇଥିଲେ  । ସାଙ୍ଗରେ ଥିବା ଅନ୍ୟ ଜଣେ  ଛାତ୍ର ଏହା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲା।  ସ୍ଥାନୀୟ ଲୋକ  ନଈ ଭିତରୁ ଲକି ସାସମଲ କୁ ଉଦ୍ଧାର କରିଥିଲେ । ହେଲେ ସେତେ ବେଳକୁ ଲକିଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଟାଙ୍ଗୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।ମୃତ ଛାତ୍ର ଜଣଙ୍କ ଟାଙ୍ଗୀ ଗ୍ରାମରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ବେଳେ ଏପରି ଏକ ଅଘଟଣ ଘଟିଛି।ଲକିର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Post a Comment

0 Comments

Please Select Embedded Mode To show the Comment System.*