ଘରୋଇ କ୍ଲିନିକରୁ ଏକ୍ସପାଏରୀ ଇଂଜେକସନ ନେଇ,ନାବାଳକ ଗୁରୁତର।

utkalnews7
By
0

ଟାଙ୍ଗୀ/ରଣପୁର,(ଉତ୍କଳ ନ୍ୟୁଜ୍୭),୧୯/୦୭: ରାଜ୍ୟ ବିଭିନ୍ନ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ପରି ଖୋଲିବାରେ ଲାଗିଛି ଘରୋଇ କ୍ଲିନିକ।କେତେବେଳେ ଅପରେସନ ସମୟରେ ରୋଗୀଙ୍କ ପେଟରେ ଗଜକନା,ତ କେବଳ ଛୁରୀ ରହିବା ନେଇ ଚର୍ଚ୍ଚା ରହିଥିବା ବେଳେ ଏବେ ଏକ୍ସପାରୀ ଇଞ୍ଜେକ୍ସନ ପ୍ରଦାନ ନେଇ  ଚର୍ଚ୍ଚା ଜୋର ଧରିଛି।ନୟାଗଡ଼  ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ନାବାଳକ ଏକ୍ସପାଏରୀ ଇଂଜେକସନ ନେବାରୁ ଗୁରୁତର ହୋଇପଡିଛନ୍ତି। ପରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ ଯେ, ଟାଙ୍ଗୀ ଥାନା ଝରିଆ ଗ୍ରାମର ରଶ୍ମି ରଂଜନ ପଲେଇ (୧୨ ବର୍ଷ) ପେଟ ରୋଗରେ ଆକ୍ରାନ୍ତ ଥିଲେ। ତେଣୁ ସେ ଚିକିତ୍ସା ପାଇଁ ଟାଙ୍ଗୀର ଶିଶୁରୋଗୀ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଆବଶ୍ୟକୀୟ ବିଶ୍ଳେଷଣ କରିବା ପରେ ନାବାଳକଜଣଙ୍କୁ ଡାକ୍ତର ଜୋନ୍ ୫୦୦ ନାମକ ଇଂଜେକସନ ସହ ଅନ୍ୟାନ୍ୟ ଔଷଧ ଲେଖିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ନୟାଗଡ ଜିଲ୍ଲା ଚାନ୍ଦପୁରରେ ଥିବା ଘରୋଇ କ୍ଲିନିକ୍ ରୁ ସେ ଇଂଜେକସନ ଏବଂ ଔଷଧ କିଣିଥିଲେ। କିନ୍ତୁ ସେଠାରେ ଜୋନ୍ ୫୦୦ ବଦଳରେ ନାବାଳକଙ୍କୁ ଓଡିଶେଫ୍ ୫୦୦ ଗ୍ରାମ୍ ର ଇଂଜେକସନ୍ ଦିଆଯାଇଥିଲା, ଯାହା ୬ ମାସ ତଳେ ଏକ୍ସପାଏରୀ ହୋଇଯାଇଥିଲା। ଫଳରେ ନାବାଳକ ଜଣକ ଏକ୍ସପାରୀ ଇଂଜେକସନ ପ୍ରଭାବରେ ଗୁରୁତର ହେବାରୁ ତାକୁ ପରିବାର ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ସଂପର୍କରେ ଘରୋଇ କ୍ଲିନିକର ମାଲିକ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଘରୋଇ କ୍ଲିନିକ ସମ୍ମୁଖରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା।ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସାଧାରଣରେ ଦାବି ହେଉଛି।

Post a Comment

0 Comments

Please Select Embedded Mode To show the Comment System.*