ଶହେ ଲିଟର ମଦ ସହ ଟିଭିଏସ୍ ଏକ୍ସଲ ଲୁନା ଜବତ,ଜଣେ ଗିରଫ।

utkalnews7
By
0


ରଣପୁର(ଉତ୍କଳ ନ୍ୟୁଜ୍୭),୧୮/୦୭:ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀମଦ କାରବାର ବଢ଼ିବାରେ ଲାଗିଛି।ଆଜି ସକାଳ ସମୟରେ ମଦ ବେପାରୀ ଜଣଙ୍କ ସୁରୁକାବାଡି ରୁ ରାସୋଳ ଅଭିମୁଖେ ଯାଉଥିବା ବେଳେ ରାଜସୁନାଖଳା ଫାଣ୍ଡି ପୋଲିସ ରାଜସୁନାଖଳା ରେଲୱେ ଓଭରବ୍ରିଜ ନିକଟରୁ ୧୦୦ଲିଟର ଚୋରା ଦେଶୀମଦ ଓ ଏକ ଟିଭିଏସ୍ ଏକ୍ସଲ୍ ଗାଡ଼ି ଜବତ କରିବା ସହ ଜଣେ ମଦ ବେପାରୀକୁ ଗିରଫ କରିଛି। ଗିରଫ ମଦ ବେପାରୀ ଜଣଙ୍କ କାକଲମା ଗାଁ ସୂର୍ଯ୍ୟମଣୀ ପ୍ରଧାନ ବୋଲି ଜଣାପଡିଛି।ଏନେଇ ରାଜସୁନାଖଳା ଫାଣ୍ଡି ପୋଲିସ ୧୭୩/୨୦୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ପ୍ରୀତିପ୍ରକାଶ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*