ନଦୀରେ ନିଖୋଜ ନାବାଳକର ମୃତ ଦେହ ଉଦ୍ଧାର।

utkalnews7
By
0

ଟାଙ୍ଗୀ(ଉତ୍କଳ ନ୍ୟୁଜ୍୭,)୧୮/୦୭:ଲଘୁଚାପ ବର୍ଷା ଦେଇଗଲା ଦୁଃଖ।ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରୀ ରହିଥିବା ବେଳେ ନଦୀରେ ଗାଧେଇବା ସମୟରେ ଭାସିଯାଇଥିବା ନାବାଳକ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ।ସୂଚନାଯୋଗ୍ୟ ଯେ,ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଛକଡିପୁର ଗ୍ରାମର ସ୍ବର୍ଗତ ରଞ୍ଜନ ସାସମଲଙ୍କ ପୁଅ ରମାକାନ୍ତ ସାସମଲ(୧୪) ଗତକାଲି ସକାଳେ ଛକଡ଼ିପୁର ଗାଁ ନିକଟରେ ଥିବା ଭରତ ଦାସ ବନ୍ଧକୁ ଗଧେଇବାକୁ ଯାଇଥିବା ବେଳେ ନଦୀରେ ଭାସି ନିଖୋଜ ଅଛନ୍ତି।ସାଙ୍ଗରେ ଥିବା ଅନ୍ୟ କିଛି ନାବାଳକ ଗାଁ ରେ ସୂଚନା ଦେବାରୁ ଗାଁ ଲୋକଙ୍କ ସହାୟତାରେ ଗଙ୍ଗାଧରପୁର ଓ ଟାଙ୍ଗୀ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା।ଗତକାଲି ସଂଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖି ଆଜି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ନିଖୋଜ ନାବାଳକ ରମାକାନ୍ତ ଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ରମାକାନ୍ତଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।ମୃତ ରମାକାନ୍ତ (ବିଜୁ)ଙ୍କ ବିଧବା ମା ଏବଂ ଗୋଟିଏ ଭଉଣୀ ସହ ଛକଡ଼ିପୁର ଗ୍ରାମରେ ରହି ଦଶମ ଶ୍ରେଣୀରେ ପଢୁଥିଲେ।ପାଣି ଶ୍ରୋତରେ ପୁଅ ନିଖୋଜ ପୁଅର ମୃତ ଦେହ ଉଦ୍ଧାର ପରେ ପରିବାରରେ ଓ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ରମାକାନ୍ତଙ୍କ ପରିବାର ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ସରକାର ତରଫରୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

Post a Comment

0 Comments

Please Select Embedded Mode To show the Comment System.*