ଦୁଇ ପଶୁ ଶିକାରୀ ଗିରଫ,ଝିଙ୍କ କାଠି ସହ ବାରହା ମାଂସ ଜବତ।

utkalnews7
By
0


ଟାଙ୍ଗୀ(ଉତ୍କଳ ନ୍ୟୁଜ୍୭),୧୮/୦୭: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅଞ୍ଚଳରୁ ବିରଳ ପଶୁ ଶିକାର କରୁଥିବା ଅଭିଯୋଗରେ ୨ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଶୀକାରୀ ଦ୍ୱୟଙ୍କ ନିକଟରୁ ବିପୁଳ ଝିଙ୍କ କାଠି, ବିରଳ ପ୍ରଜାତିର ମୃତ ଗୋଧି ସହ ମୃତ ଜଙ୍ଗଲି ବାରହା ମାଂସ ଜବତ କରାଯାଇଛି।ଦିର୍ଘ ଦିନ ହେଲା ନିକଟସ୍ଥ ଜଙ୍ଗଲରେ ବେଧଡ଼କ ଭାବରେ ପ୍ରତ୍ୟେକ ଦିନ ବନ୍ୟଜନ୍ତୁ ଶୀକାର  କରି ଶୀକାରୀ ମାନେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲେ।ଆଜି ବିଶେଷ ସୁତ୍ରରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ପକ୍ଷରୁ ଭୁଷଣ୍ଡପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ ଚଢାଉ କରାଯାଇଥିଲା।ଗିରଫ ଶୀକାରୀ ଦ୍ୱୟ ହେଲେ ନିକଟସ୍ଥ ଅଞ୍ଚଳର କେଶବ ନାୟକ ଓ ରଂଜନ ନାୟକ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।ଏହି ଚଢାଉରେ ଫରେଷ୍ଟର ଗୋଲାପ ସେଠୀ, ରାକେଶ ପଣ୍ଡା, ରଂଜୁଲତା ମିଶ୍ର, ଗାର୍ଡ ବବଲୁ ମିଶ୍ର, ନିହାର ରଂଜନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ଟାଙ୍ଗୀ ବନାଂଚଳରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଏ ନେଇ ବନ ବିଭାଗ ଅଧିକ ଛାନ ବିନ କରୁଥିବା ଜଣା ପଡିଛି।

Post a Comment

0 Comments

Please Select Embedded Mode To show the Comment System.*