ରାଜ୍ୟ ସ୍ତରୀୟ ଉତ୍କଳୀୟମ୍ ଯୁବ ଉତ୍ସବ - ୨୦୨୨ ଅନୁଷ୍ଠିତ।

utkalnews7
By
0



ଭୁବନେଶ୍ୱର,୩୦/୦୭(ଉତ୍କଳ ନ୍ୟୁଜ୍୭): ଭୁବନେଶ୍ୱର ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘର ସଭାଗୃହରେ ଆଜି ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର,ଓଡିଶା ପକ୍ଷରୁ ୫ମ ରାଜ୍ୟ ସ୍ତରୀୟ ଉତ୍କଳୀୟମ୍ ଯୁବ ଉତ୍ସବ-୨୦ ୨୨ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ମହାନଗରର ନିଗମର ୧୫ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ପିଙ୍କି ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ଆବାହିକା ଶ୍ରୀମତୀ ଭାରତୀ ଦାଶ, ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ସଭାପତି ଶ୍ରୀମତୀ ସାଗରୀକା ମହାନ୍ତି, ଉତ୍କଳୀୟମ ଫାଉଣ୍ଡେସନର ରାଜ୍ୟ ମୁଖ୍ୟ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଜିତେନ୍ଦ୍ର ସାହୁ ଓ ରାଜ୍ୟ ଯୁବ ବିଜେଡିର ବରିଷ୍ଠ ଉପସଭାନେତ୍ରୀ ଶ୍ରୀମତୀ ଜ୍ୟୋସ୍ନା ପରିଡା ପ୍ରମୁଖ ଯୋଗ ଦେଇଥିଲେ l ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ l ଓଡିଶାରେ ବିକାଶରେ ଯୁବ ସମାଜର ଭୂମିକା ସମ୍ପର୍କରେ ବିଷୟରେ ରାଜସୁନାଖଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍କଳୀୟମ ଫାଉଣ୍ଡେସନ ରାଷ୍ଟ୍ରୀୟ ଆବାହକ ଶ୍ରୀଯୁକ୍ତ କୁବେର ବିଶ୍ୱାଳ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଏହି ଉତ୍କଳୀୟମ୍ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ୨୦୧୪ ମସିହାରୁ ଉତ୍କଳୀୟମ ଫାଉଣ୍ଡେସନ ପକୃତି, ସଂସ୍କୃତି ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ କାର୍ଯ୍ୟ କରିଆସୁଅଛି l ଏବେ ଏହି ସଂଗଠନ ଭୁବନେଶ୍ୱରରେ କି ଓଡିଶାରେ ସୀମିତ ହୋଇ ନାହିଁ, ଦେଶ ବିଦେଶରେ ମଧ୍ୟ ପଠନ କରାଯାଉଛି ବୋଲି ମୁଖ୍ୟଅତିଥି ତଥା ଭୁବନେଶ୍ୱର ମଧ୍ୟମ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମତ ପ୍ରକାଶ କରିଥିଲେ l ଭୁବନେଶ୍ୱରରେ ଯୁବକ ମାନଙ୍କ ମଧ୍ୟରେ ଏକତା ରହିବା ସହ ଶୃଙ୍ଖଳିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଅଛି ବୋଲି ମୁଖ୍ୟବକ୍ତା ତଥା ଭୁବନେଶ୍ୱର ମହାନଗରର ୧୫ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ପିଙ୍କି ସ୍ୱାଇଁ  ଓ ଅନ୍ୟ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିବା ସ୍ପ୍ରିଙ୍ଗ ଗାର୍ଲ ପ୍ରିୟା ପ୍ରିୟଦର୍ଶିନୀ ନାୟକ  କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ଯୋଗ ପ୍ରଦର୍ଶନ କରିଥିଲେ l ଏଥିରେ ସ୍ପ୍ରିଙ୍ଗ ଗାର୍ଲ ପ୍ରିୟ ଦର୍ଶିନୀ ନାୟକ, ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l  ଏହି କାର୍ଯ୍ୟକ୍ରମରେ ଓଡିଶାର ଅଞ୍ଚଳର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଗାଲେଖ ଚନ୍ଦ୍ର ସାହୁ, ପ୍ରଳୟ ପଟ୍ଟନାୟକ, ରାମକୃଷ୍ଣ ପଟ୍ଟନାୟକ,ସୁଚିତ୍ରା ବେହେରା, ପ୍ରଶାନ୍ତ କୁମାର ବେହେରା,ମୁରଲୀଧର ବେହେରା, ଉମାକାନ୍ତ ରଣସିଂହ, ନିହାର ରଞ୍ଜନ ଓଝା,ଅମୀୟ ଶତପଥୀ,ଦିଲ୍ଲୀପ ପରିଡା, ଅନିଲ ଛୋଟରାୟ,ପ୍ରଶାନ୍ତ କୁମାର କର,ଓଟିଭ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ, ସୂର୍ଯ୍ୟପ୍ରଭା ସହସମ୍ପାଦକ ବିଜୟ କୁମାର ଖୁଣ୍ଟିଆ ଓ ଅସହାୟର ବନ୍ଧୁ ସଂଗଠନ କାର୍ଯ୍ୟକର୍ତ୍ତା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା l

Tags:

Post a Comment

0 Comments

Please Select Embedded Mode To show the Comment System.*