![]() |
ଭୁବନେଶ୍ବର,(ଉତ୍କଳ ନ୍ୟୁଜ୍୭),୨୯/୦୭: ବଦଳୁଛି ସମୟ ଦିନେ ଡିଜେଲ ଗାଡ଼ିରେ ଲୋକମାନେ ଜାତାୟତ କରୁଥିବା ବେଳେ ଏବେ ରାଜଧାନୀର ରାଜ ରାସ୍ତାରେ ଗଡିଲା ଇଲେକ୍ଟ୍ରି ବ୍ୟାଟେରୀ ଚାଳିତ ଇ-ବସ ଓ ଇ-ରିକ୍ସା। ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ ପତାକା ଦେଖାଇ ଆରମ୍ଭ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଇ-ବସ୍ ଓ ଇ-ରିକ୍ସା ଚଳାଚଳ ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ-ବସ୍ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି। ଲିଙ୍ଗ ସମାନତା ଉପରେ ଗୁରୁତ୍ବ ଦିଆଯାଇ କ୍ରୁଟ ପକ୍ଷରୁ ଗାଇଡ଼ ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି। ସୂଚନା ଯୋଗ୍ୟ ଯେ କ୍ରୁଟ ପକ୍ଷରୁ ବର୍ତ୍ତମାନ ଭୁବନେଶ୍ୱର-କଟକ-ପୁରୀ-ଜଟଣୀ-ଖୋର୍ଦ୍ଧା ମଧ୍ୟରେ ୨୫୫ଟି ଡିଜେଲ ଚାଳିତ ବସ ଚଳାଚଳ କରୁଥିବା ସୂଚନା ମିଳିଛି।

0 Comments