ଚଳିତ ବର୍ଷ ବିହନ ଓ ସାର ଯୋଗାଣରେ ଅନିମିୟତା ଅଭିଯୋଗ, ବସିଲା ଉଚ୍ଚସ୍ତରୀୟ ବୈଠକ।

utkalnews7
By
0


ଭୁବନେଶ୍ୱର(ଉତ୍କଳ ନ୍ୟୁଜ୭): ଖରିଫ ଋତୁରେ ବିଭିନ୍ନ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସଂପର୍କରେ ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ଶ୍ରୀ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀଙ୍କ ସହିତ ଚାଷୀମାନଙ୍କୁ ବିହନ ଓ ସାର ଯୋଗାଣ ନେଇ ବିଶଦ ଆଲୋଚନା କରିଥିଲେ।ଚଳିତ ଖରିଫରେ ଜିଲ୍ଲାରେ କରାଯାଇଥିବା ଧାନ ଓ ଅଣଧାନ ଫସଲ ଜମିର ପରିମାଣ ସଂପର୍କରେ ଆଲୋଚନା ହେବା ସହ ଚାଷୀମାନେ ଯେପରି ଠିକ୍‌ ସମୟରେ ବିହନ ଓ ସାର ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ (ବିହନ), ଯୁଗ୍ମ ନିର୍ଦ୍ଦେଶକ(ସାର), ଯୁଗ୍ମ ନିର୍ଦ୍ଦେଶକ (ପଲ୍‌ସେସ୍‌)ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ବ୍ଲକ୍‌ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଏଗ୍ରିକଲ୍‌ଚର ଡିଷ୍ଟ୍ରିକଫ ଅଫିସର, ଆସିଷ୍ଟାଣ୍ଟ ସିଡ୍‌ ପ୍ରଡକ୍ସନ୍‌ ଅଫିସରମାନେ ଯୋଗଦେଇ ସେମାନଙ୍କ ଅଞ୍ଚଳରେ କୃଷି କାର୍ଯ୍ୟ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

Tags:

Post a Comment

0 Comments

Please Select Embedded Mode To show the Comment System.*