ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ବ୍ୟାପି ୭୫ କିମି ପଦଯାତ୍ରା କରିବ ଜିଲ୍ଲା କଂଗ୍ରେସ ।

utkalnews7
By
0


ନୟାଗଡ,(ଉତ୍କଳ ନ୍ୟୁଜ୍୭),୩/୮:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ,ନୟାଗଡ ଜିଲ୍ଲା ବ୍ୟାପି ୭୫ କିମି ପଦଯାତ୍ରା କରିବ ଜିଲ୍ଲା କଂଗ୍ରେସ । ଅଗଷ୍ଟ ୧୦ ତାରିଖରେ ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି । ଦେଶକୁ ଇଂରେଜ କବଳରୁ ସ୍ୱାଧୀନତା ଆଣିବା ପାଇଁ କଂଗ୍ରେସ ଦଳର ବଳିଦାନ ସ୍ମରଣରେ ଜିଲ୍ଲା ବ୍ୟାପି ୭୫ କିମି ପଦଯାତ୍ରା କରିବେ କଂଗ୍ରେସ କର୍ମୀ l ଏଥିପାଇଁ ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ପିସିସି ସମ୍ପାଦକ ହୁସେନ ଖାଁ, ବରିଷ୍ଠ ନେତା ସରୋଜ ପରିଡା, ବସନ୍ତ ମହାରଣା, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିମା ଜେନା, ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ସେବାଦଳ ସଂଯୋଜକ ବିମଳ ଦାଶ, ବିଭିନ୍ନ ବ୍ଲକ ସଭାପତି ବୁଲୁ ପରିଡା, ଅଶୋକ ନାୟକ, କାଶୀନାଥ ନାୟକ ପ୍ରମୁଖ ଆଲୋଚନା କରି ଅଗଷ୍ଟ ୯ କ୍ରାନ୍ତି ଦିବସ ଦିନ ଶରଣକୁଳ ଲଡ଼ୁବାବା ମନ୍ଦିର ଠାରୁ ଦଳୀୟ କର୍ମୀ ପଦଯାତ୍ରା ରେ ଯାଇ ଗୋଡିପଡା ସ୍ଥିତ ପ୍ରଜାମଣ୍ଡଳ ଆନ୍ଦୋଳନ ର କର୍ଣ୍ଣଧାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଶ୍ରୀଧର ଦାଶଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ୧୦ ତାରିଖ ଦିନ ନୟାଗଡ ଜଗନ୍ନାଥ ମନ୍ଦିର ଠାରୁ ପଦଯାତ୍ରା କାର୍ଯ୍ୟକ୍ରମକୁ ପିସିସି ସଭାପତି ଶରତ ପଟ୍ଟନାୟକ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି, ଏହି ପଦଯାତ୍ରା ନୟାଗଡ ସହର ପରିକ୍ରମା କରି ଖୁଣ୍ଟୁବନ୍ଧ କଲିଆଷଣ୍ଢ ଯାତ୍ରା ପଡିଆ ପର୍ଯ୍ୟନ୍ତ ଯିବ l ସେହିପରି ୧୧ ତାରିଖ ରେ ନୂଆଗାଁ ବ୍ଲକ, ୧୨ ତାରିଖରେ ରଣପୁର ଠାରେ ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରା ଗୋପାଳପୁର ଯାଏଁ ଯିବ, ୧୩ ତାରିଖ ରେ ଖଣ୍ଡପଡା ବ୍ଲକ ଏବଂ ୧୪ ତାରିଖରେ ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା କରି ପଦଯାତ୍ରା କାର୍ଯ୍ୟକ୍ରମ ଉଦଯାପନ କରାଯିବ ବୋଲି ଚୂଡାନ୍ତ କରା ଯାଇଛି l ଏହି ସମୟ ମଧରେ ଗଣିଆ ଏବଂ ଭାପୁର ବ୍ଲକ ରେ ପଦଯାତ୍ରା କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l ଜିଲ୍ଲାର ଚାରିଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନୟାଗଡ ସରୋଜ ପରିଡା, ଖଣ୍ଡପଡା ହୁସେନ ଖାଁ, ରଣପୁର କମଳ ଚରଣ ସାହୁ ଏବଂ ଦଶପଲ୍ଲା ପାଇଁ ବସନ୍ତ ମହାରଣlଙ୍କ ସମେତ ଚାରିଜଣ ଲେଖାଏଁ ସହଯୋଗୀ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି l ଆସନ୍ତା ୫ ତାରିଖ ଶୁକ୍ରବାର ଦିନ ଖଣ୍ଡପଡା ତହସିଲଦାରଙ୍କ କାର୍ଯ୍ୟାଳୟ ସାମ୍ନାରେ ସିଧାମୁଳା ବେଆଇନ ବାଲିଘାଟକୁ ଶାଗମାଛ ଦରରେ ନିଲାମ ଦେଇ କୋଟି କୋଟି ଟଙ୍କା ଲାଞ୍ଚ କାରବାର ପ୍ରତିବାଦ ରେ ସତ୍ୟାଗ୍ରହ କରାଯିବ ବୋଲି ନିଷ୍ପତି ନେଇଛି ଜିଲ୍ଲା କଂଗ୍ରେସ ।କଂଗ୍ରେସ ଦଳର ଏହି ବୈଠକ ପରେ ଆଗାମୀ ଦିନରେ କଂଗ୍ରେସ ଜନସାଧାରଣଙ୍କ ଆସ୍ତା ଭାଜନ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*