ବାରିପଦା,(ଉତ୍କଳ ନ୍ୟୁଜ୍୭)୪/ ୮: ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୧୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ବାରିପଦା ଜିଲ୍ଲା ଦୌରା ଜଜ୍ ସୁମିତା ଜେନା।ବାରିପଦା କୋର୍ଟରେ ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ୬ ମାସ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହାରେ ବାରିପଦା ଜଗନ୍ନାଥ ମନ୍ଦିର ପରିସରରେ ଅଭିଯୁକ୍ତ ଗୁରୁଚରଣ ବେହେରା ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଏକା ପାଇ ଦୁଷ୍କର୍ମ କରିଥିଲା । ଗୁରୁତର ଆହତ ହୋଇ ପୀଡିତା ବହୁଦିନ ଧରି ଡାକ୍ତରଖାନାରେ ପଡିଥିଲେ । ତେବେ ଦୀର୍ଘ ୫ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଥିବା ସୂଚନା ମିଳିଛି।

0 Comments