ବାହାରିଲା ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ରେଜଲ୍ଟ,ବାଜି ମାରିଲେ ସତ୍ୟଜିତ।
ରଣପୁର, ଠ୮।୧୦,(ଉତ୍କଳ ନ୍ୟୁଜ୍୭) : ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ବାଜି ମାରିଲେ ସତ୍ୟଜିତ । ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ବା ଓସିଏସ୍ ପରୀକ୍ଷାର ରେଜଲ୍ଟ । ଏଥର ମୋଟ୍ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥି ମଧ୍ୟରୁ ୧୧୫ ରାଙ୍କ ହାସଲ କରି ସେ ସଫଳତା ହାସଲ କରିଛନ୍ତି | ସତ୍ୟଜିତ ମହାନ୍ତି ଓଏଏସ୍ ହେବାର ସୌଭାଗ୍ୟ ଲାଭ କରି ରଣପୁର ପାଇଁ ଗୌରବ ଆଣିଛନ୍ତି | ସେ ରଣପୁର ପାଇକ ସାହିର ବରିଷ୍ଠ ଆଇନୀଜୀବୀ କିଶୋର ଚନ୍ଦ୍ର ମହାନ୍ତି ଓ ଅନିତା ମହାନ୍ତିଙ୍କ ପୁତ୍ର ଅଟନ୍ତି | ବର୍ତ୍ତମାନ ସତ୍ୟଜିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ଇଞ୍ଜିନିଅରିଙ୍ଗ ପଲିଟେକକିନ କଲେଜରେ ସିନିଅର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି |ସେ ୨୦୦୭ ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରି ଟପ୍ପର ହୋଇଥିଲେ | ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ "ଚି଼ଫ ମିନିଷ୍ଟର ମେରିଟ ଆୱାର୍ଡ" ପାଇଥିଲେ |
୨୦୦୯ ମସିହାରେ ଯୁକ୍ତ ଦୁଇରେ ପ୍ରଥମ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରି ତତକାଳୀନ ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଥିଲେ | ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟୁଛି | ଆଜି ସନ୍ଧ୍ୟାରେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, କାଉନସିଲର ଦିନେଶ ପରିଡା, ବିଷ୍ଣୁ ପ୍ରସାଦ ମିଶ୍ର, ଅମୀୟ ପ୍ରସାଦ ଦାଶ, ଅଭିଷେକ ପଟ୍ଟନାୟକ ଓ ସତ୍ୟଜିତଙ୍କ ବନ୍ଧୁ ସୁଶୀଲ କୁମାର ରଣା ପ୍ରମୁଖ ପୁଷ୍ପଗୁଛ ଓ ଉପଢୌକନ ଦେଇ ସତ୍ୟଜିତଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଥିଲେ |
ସତ୍ୟଜିତ ମହାନ୍ତିଙ୍କ ସହିତ ସାକ୍ଷାତକାର
ପ୍ରଶ୍ନ—୧: ଓ.ଏ.ଏସ୍ ପରୀକ୍ଷାରେ ପାଇଥିବା ସଫଳତା ପାଇଁ ଆପଣ ତାହାକୁ ଶ୍ରେୟ ଦେବେ ?
ଉତ୍ତର:ମାତା, ପିତାଙ୍କ ଆଶ୍ରୀବାଦ , ଭାଇ,ଭଉଣୀଙ୍କ ସହଯୋଗ,ମା ମଣିନାଗ କରୁଣା ଓ ନିଜ ପ୍ରଚେଷ୍ଟା
ପ୍ରଶ୍ନ—୨:ଏହି ପରୀକ୍ଷାରେ ଆପଣ କେତେ ହାସଲ କରିଛନ୍ତି ?
ଉତ୍ତର:ଏହି ପରୀକ୍ଷାରେ ୩୯୨ ଜଣ ସଫଳତା ହାସଲ କରିଥିବା ବେଳେ ମୋର ୧୧୫ ରହିଛି।
ପ୍ରଶ୍ନ—୩:ଏହି ଓ.ଏ.ଏସ୍ ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଆପଣ କିଭଳି ଭାବେ ପ୍ରସ୍ତୁତ ହେଉଥିଲେ ?
ଉତ୍ତର: ମୁଁ ୨୦୧୫ ମସିହାରୁ ସିନିୟର ଅଧ୍ୟପକ ଭାବେ ସରକାରୀ ଇଞ୍ଜିିୟରିଙ୍ଗ୍ ପଲିଟେକନିକ୍ କଲେଜରେ କାଯ୍ୟରତ ଅଛି। ଏହା ମଧ୍ୟରେ ସମୟ ବାହାର କରି ଏଥି ନିମନ୍ତେ ପ୍ରସ୍ତୁତ ହୁଏ ।
ପ୍ରଶ୍ନ—୪: ଆପଣ ଓ.ଏ.ଏସ୍ ଭାବେ ଯୋଗ ଦେବା ପରେ ଦୁର୍ନୀତିକୁ ରୋକିବା ପାଇଁ କିପରି ପଦକ୍ଷେପ ନେବେ?
ଉତ୍ତର: ସରକାରଙ୍କ ନୀତି ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା ।