ଟାଙ୍ଗୀ,୯।୧୦(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ କାର୍ଯାଳୟରେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଓଡିଶାର ମଣି ଗୋପବନ୍ଧୁ ଦାଶଙ୍କ ୧୪୫ ତମ ଜୟନ୍ତୀରେ ନିରାକାରପୁର ସାମ୍ବାଦିକ ସଂଘ ଓ ଗୋପବନ୍ଧୁ ସମାଜ ସେବା ନିରାକାରପୁର ମିଳିତ ଭାବେ ଏହି ପବିତ୍ର ଦିବସକୁ ପାଳନ କରିଥିଲେ।ସାମ୍ବାଦିକ ସଂଘର ସଭାପତି ଦୀପକ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଗୋପବନ୍ଧୁ ସମାଜ ସେବା ସଂପାଦକ ପ୍ରସାଦଦାଶଙ୍କ ସହ ସମସ୍ତ ସାମ୍ବାଦିକ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଓଡିଶାର ଯୁଗ ପୁରୁଷ ପଣ୍ଡିତ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୁପ ଦେଇ ତାଙ୍କର ମହାନ ତ୍ଯାଗ ବିଷୟରେ ଆଲୋଚନା ସହ ଆଜିର ଯୁବପିଢିଙ୍କୁ ଉକ୍ତ ଆଦର୍ଶରେ ଅନୁପ୍ରାଣିତ ହେବକୁ ଆହ୍ବାନ ଦିଆଯାଇଥିଲା। ସଂପାଦକ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ସମେତ ବିକ୍ରମ କେଶରୀ ସାହୁ, ହିମାଂଶୁ ଭୂଷଣ ଚଂପତିରାୟ,ଲଛମନ ନାୟକ, ପ୍ରକାଶ ବଳିୟାରସିଂହ, ବିଭୁତି ଭୂଷଣ ଦାଶ, କପିଳେଶ୍ଵର ସିଂହ, ଞାନ ରଂଜନ ଦାଶ, ଦାଶରଥି ଶ୍ରୀଚନ୍ଦନ, ସୁଚିତ୍ର ଭୁଜବଳ ଓ କାର୍ତିକ ସାମନ୍ତସିଂହାର ଉପସ୍ଥିତ ଥିଲେ।
ଗୋପବନ୍ଧୁ ଜୟନ୍ତୀ ପାଳିତ।
By
October 09, 2022
0

Tags: