Ad Code

Responsive Advertisement

ଦାବୀ ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ : ଅଙ୍ଗନୱାଡି କର୍ମୀ।

 


ବୋଲଗଡ,୨୮।୧୧(ଉତ୍କଳ ନ୍ୟୁଜ୍୭) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଙ୍ଗନୱାଡି ମହିଳା କର୍ମୀ ମାନଙ୍କ  ପକ୍ଷରୁ ସୋମବାର ଦିନ ବୋଲଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୮ ଦଫା ଦାବି  ନେଇ ବିକ୍ଷୋଭ ପ୍ରଦର୍ଶନ କରିଅଛନ୍ତି। ପୁର୍ବାହ୍ନରେ ବୋଲଗଡ ଅଙ୍ଗନୱାଡ଼ି କର୍ମଚାରୀ ସଂଘର ବ୍ଲକ ସଂଗଠିକା  ମେରିଆ ବେଗମଙ୍କ ନେତୃତ୍ବରେ ମହିଳା କର୍ମଚାରୀ  ମାନେ ଗୋପବନ୍ଧୁ ଛକ ଠାରୁ ବିଭିନ୍ନ ନାରାବାଜି କରି ଶୋଭାଯାତ୍ରାରେ ବସଷ୍ଟାଣ୍ଡ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ଆଠଦଫା ସମ୍ବଳିତ ଦାବୀପତ୍ରରେ ୨୦୧୮ ମସିହାରେ ବହିସ୍କାର ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପୁନର୍ବାର ନିଯୁକ୍ତି,ସରକାରୀ କର୍ମଚାରୀ ମାନ୍ୟତା,ଦରମା ବୃଦ୍ଧି,ମିନି ଅଙ୍ଗନୱାଡ଼ି କେନ୍ଦ୍ର ଉଚ୍ଛେଦ,ପେନସନ ସୁବିଧା, ମୃତ କାଳୀନ ସହାୟତା ରାଶି, ଗାଁ କଲ୍ୟାଣ ସମିତିରୁ ବାଦ ଦେବା, ଗ୍ରୀଷ୍ମ ଅବକାଶ ଛୁଟି,ଶିକ୍ଷୟତ୍ରୀ ମାନ୍ୟତା ଓ ପଦୋନ୍ନତି ଆଦି ଅନ୍ତର୍ଭୁକ୍ତ ଥିବା ବେଳେ ଏସବୁକୁ ତୁରନ୍ତ ପୁରଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।  ଭୁବନେଶ୍ୱରରେ ଦାବି ନେଇ ଆନ୍ଦୋଳନ ଚାଲୁ ଥିବାବେଳେ ବୋଲଗଡ ଅଙ୍ଗନୱାଡ଼ି ସଂଘ୍ ପକ୍ଷରୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି  ଆବାହକ ଗଙ୍ଗାଧର ଦାସଗଣମାଧ୍ୟମଙ୍କୁ ପ୍ରକାଶ କରିଅଛନ୍ତି।  ଆଜିର ଏହି ବିକ୍ଷୋଭ ସମାବେଶରେ ସାଂସଦଙ୍କ ପ୍ରତିନିଧି ରଘୁନାଥ ଷଡ଼ଙ୍ଗୀ,ଶିକ୍ଷାବିତ୍ ଦିବାକର ପରମଗୁରୁ,ଗୋପୀନାଥ ଖାଡଙ୍ଗା ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିରୋଧରେ ବର୍ଷିଛନ୍ତି।

Post a Comment

0 Comments