Ad Code

Responsive Advertisement

ଅଲ ଓଡ଼ିଶା ଲେଡିଜ୍ ୱାର୍କର ଆସୋସିଏସର ଶାନ୍ତି ପୂର୍ଣ୍ଣ ଧାରଣା ଜାରି ।

 


ଟାଙ୍ଗୀ,୨୮/୧୧ : ଓଡ଼ିଶା ଲେଡିଜ୍ ୱାର୍କର ଆସୋସିଏସନ ଡ଼ାକରାରେ ଭୁବନେଶ୍ୱର ଠାରେ ଗତ ୨୧ ତାରିଖରୁ ୮ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତି ପୂର୍ଣ୍ଣ ଧାରଣା ଜାରି ରହିଛି । ଦୀର୍ଘ ୮ଦିନ ଧରି ଧାରଣା ଯାରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଶାନୁରୂପ ବାର୍ତ୍ତା ଓଡ଼ିଶା ଲେଡିଜ୍ ୱାର୍କର ଆସୋସିଏସନ ପାଖରେ ପହଁଞ୍ଚିଲା ନାହିଁ । ଏଣୁ ୮ଦଫା ଦାବିକୁ ନେଇକୁ ଆନ୍ଦୋଳନ କୁ ତୀବ୍ର କରିବା ପାଇଁ ଆରମ୍ଭ ହୋଇଛି ରଣକୌଶଳ । ଓଡ଼ିଶାର ପ୍ରତି ବ୍ଲକ୍ ସମୁଖ୍ୟ ରେ ଅଙ୍ଗନବାଡି କର୍ମୀ ଓ ସହାୟକା ମାନେ ସାମୁହିକ ଭାବେ  ଅଙ୍ଗନବାଡି କେନ୍ଦ୍ର ବନ୍ଦ କରି ବ୍ଲକ୍ ସାମ୍ମୁଖ୍ୟ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ  ଧାରଣା ଦେଇଛନ୍ତି । ଏହି ଆଧାରରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଶାଖାର ସଭାପତି ରିନି ଦେଇ ଓ ସମ୍ପାଦକ ମମତା ପଲାଇଙ୍କ ନେତୃତ୍ୱରେ ୨୬ଗୋଟି ଗ୍ରାମପଞ୍ଚାୟତ ଓ ୧୧ ଗୋଟି ସେକ୍ଟର ଯଥା ଟାଙ୍ଗୀ, କୁହୁଡି, କୁଂଜୁରୀ, ନୂଆଗଡ଼,ସୁନ୍ଦରପୁର କନ୍ତଳବାଇ, ଭୂଷଣ୍ଡପୁର,ରାମେଶ୍ୱର,ନିରାକାରପୁର, କମାଗୁରୁ, ଓଳସିଂହରୁ ୨୪୫ ଅଙ୍ଗନବାଡି କର୍ମୀ, ୨୪୧ ଅଙ୍ଗନବାଡି ସହାୟିକା ଟାଙ୍ଗୀ ବଳରାମ ଦେବ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଟାଙ୍ଗୀ ବ୍ଲକ୍ ସିଡ଼ିପିଓ ଓ ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷାଙ୍କୁ ୮ଦଫା  ସମ୍ବଳିତ ଦାବୀପତ୍ର ଉଭୟଙ୍କୁ ପ୍ରଦାନ କରିଥିଲେ । ଟାଙ୍ଗୀ  ବ୍ଲକ ଅଧ୍ୟକ୍ଷା ରେସ୍ମା ମାନ୍ଧାତା ଧାରଣା ସ୍ଥଳକୁ ଆସି ଅଙ୍ଗନବାଡି କର୍ମୀ ଓ ସହାୟକାଙ୍କ ସହ ସେମାନଙ୍କ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ଦାବି ସରକାର ଙ୍କ ନିକଟକୁ ଜଣାଇବାକୁ ପ୍ରତିଶୃତି ପ୍ରଦାନ କରିଥିଲେ ।  ସେମାନଙ୍କର ମୁଖ୍ୟ ଦାବି ମାସିକ ବେତନ ୧୮ହଜାର, ସରକାରୀ ମାନ୍ୟତା, ଅବସର କାଳୀନ ଅର୍ଥ ରାଶି ବୃଦ୍ଧି ଅନ୍ୟତମ ।

Post a Comment

0 Comments