ସୁରକାବାଡି ଗ୍ରାମରେ ରଣପୁର ବନ ବିଭାଗର ଚଢ଼ାଉ, ଲକ୍ଷାଧିକ ଟଙ୍କା ର ଶାଳକାଠ ଜବତ।

utkalnews7
By
0



ରଣପୁର,୧୮/୧୧,(ଉତ୍କଳ ନ୍ୟୁଜ୍୭) ଚାଲିଥିଲା ବେଧଡ଼କ କାଠ ଚୋରା ଚାଲାଣ,ଅଭିଯୋଗ ପରେ ବନ ବିଭାଗ ର ଚଢ଼ାଉ. ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ରେଞ୍ଜ ଅଧୀନ ସୁରକାବାଡ଼ି ଗ୍ରାମ୍ୟ ଜଙ୍ଗଲ ରୁ ବେଧକ ଭାବରେ ଲକ୍ଷ୍ୟଧିକ ଟଙ୍କର ଶାଳ କାଠ ଚୋରା ଚାଲାଣ କରାଯିବା ସହ ଜଙ୍ଗଲ କ୍ଷୟ ହେଉଥିଲା, ଫଳରେ ବନ୍ୟ ଜନ୍ତୁ ମାନେ ଗାଁ ମୁହାଁ ହେଉଥିଲେ, ଫଳରେ ରଣପୁର ବନବିଭାଗ ପାଇଁ ବୃକ୍ଷ୍ୟ ସୁରକ୍ଷା ପାଇଁ ଚାଲେଞ୍ଜ ହୋଇଥିଲା, ବିଶେଷ ସୂତ୍ର ରୁ ଖବର ପାଇ ଆଜି ରଣପୁର ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ ଙ୍କ ନେତୃତ୍ୱ ରେ ରଣପୁର ଓ ଟାଙ୍ଗୀ ବନକର୍ମଚାରୀ ମିଳିତ ଭାବରେ ସରଣକୁଳ ଏସଡିପିଓ, ରଣପୁର  ଓ ଚାନ୍ଦପୁର ପୋଲିସ ସହାୟତାରେ ସୁରକବାଡି ଗାଁ ରେ ଚଢ଼ାଉକାରୀ  17ଗୋଟି ଶାଳ କାଠ ଗୋଲା ଜବତ କରିଛି, ଜବତ କାଠ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ରଣପୁର ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*