ରଣପୁର,୧୯।୧୧,(ଉତ୍କଳ ନ୍ୟୁଜ୍୭) : ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ଆହ୍ୱାନ କ୍ରମେ ରଣପୁର ବ୍ଲକର ସମସ୍ତ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଏକ ପ୍ରତିବାଦ ଶୋଭା ଯାତ୍ରା ରଣପୁର ୟୁକୋ ବ୍ୟାଙ୍କ ଛକ ଠାରୁ ବାହାରି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା | ଏହି ଶୋଭାଯାତ୍ରାର ତିନି ଦଫା ବିଶିଷ୍ଟ ଦାବି ରହିଥିଲା | ଏହି ଦାବିଗୁଡିକ ହେଉଛି କେନ୍ଦ୍ରୀୟ ବେତନ ହାରରେ ଦରମା ପ୍ରଦାନ, ଛଅ ବର୍ଷର ଚୁକ୍ତି ଭିତିକ କାର୍ଯ୍ୟକାଳ ମୂଳ ଚାକିରୀରେ ଗଣନା ସହ ଛଅଟି ଦରମା ପ୍ରଦାନ ଓ ପୁରୁଣା ପେନସନ ଯୋଜନା ଲାଗୁ କରିବା | ଏହି ଦାବି ସମ୍ବଳିତ ପତ୍ରଗୁଡିକୁ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, 5-ଟି ସଚିବ, ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଶାସନ ସଚିବ, ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା | ଏହି ଶୋଭାଯାତ୍ରାରେ ବ୍ଲକର ନୂତନ ପେନସନ ଯୋଜନା ଭୁକ୍ତ 367 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ | ଏହି ଶୋଭାଯାତ୍ରା ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ, ସମ୍ପାଦକ ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ଏବଂ ପବିତ୍ର ମୋହନ ସାମନ୍ତରାୟ, ପ୍ରଭାତ ଦଳବେହେରା, ସୁଶୀଲ କୁମାର ରଣା, ଅଶୋକ ବେହେରା, ସୁଶାନ୍ତ କୁମାର ପ୍ରଧାନ,ଅଜୟ କୁମାର ସାହୁ, ପ୍ରଶାନ୍ତ ଘଡେଇ, ରମାକାନ୍ତ ସାହୁ, ମାନସ ପଟ୍ଟନାୟକ, ପାର୍ବତୀ ସାହୁ, ଅନାମିକା ପାଣିଗ୍ରାହୀଙ୍କ ସହ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ କରାଯାଇଥିଲା |

0 Comments