ରାସ୍ତା ନିର୍ମାଣକୁ ନେଇ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ମୁହାଁମୁହିଁ।

utkalnews7
By
0


ଟାଙ୍ଗୀ,୨୫/୧୧ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ କଳକଳେଶ୍ୱର ଗ୍ରାମପଞ୍ଚାୟତରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ୪ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଦୁଇ ଗୋଷ୍ଟିଙ୍କ ମଧ୍ୟରେ ବିଭ୍ରାଟ ଦେଖିବାକୁ ମିଳିଛି । ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ଚିଲିକା ବିଡ଼ିଓ କହିଛନ୍ତି , ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର ପୃଷ୍ଟି ନିଜେ କାର୍ଯ୍ୟ ନକରି ବର୍ତ୍ତମାନର ସରପଞ୍ଚଙ୍କୁ କାର୍ଯ୍ୟ କରିବା ପାଇଁ ମୌଖିକ ଭାବେ କହିଛନ୍ତି।ଅନ୍ୟ ପଟରେ ପୂର୍ବତନ ସରପଞ୍ଚ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ମଧ୍ୟ କାହା ନିର୍ଦ୍ଦେଶରେ ଆଗ୍ରହ ପ୍ରକାଶ କରିବା ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଘଟଣାକୁ ନେଇ କଳେକଳେସ୍ୱର ସରପଞ୍ଚ ଆଜି ରାସ୍ତା ନିର୍ମାଣ ଉପରେ କର୍ମୀଙ୍କୁ ଧରି ବସି ରହିଥିଲେ ।ଘଟଣା ସ୍ଥଳରେ ଟାଙ୍ଗୀ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ ଉପସ୍ଥିତରେ ସମସ୍ୟା ସମାଧାନ ହୋଇଥିବା ଜଣାପଡ଼ିଛି ।ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Post a Comment

0 Comments

Please Select Embedded Mode To show the Comment System.*