Ad Code

Responsive Advertisement

ସରପଞ୍ଚଙ୍କୁ ମିଳିଲାନି ନ୍ୟାୟ,ଥାନା ସମ୍ମୁଖରେ ଧାରଣାରେ ବସିଲେ ମହିଳା ସରପଞ୍ଚ।

 


ଟାଙ୍ଗୀ,୨୫।୧୧,(ଉତ୍କଳ ନ୍ୟୁଜ୍୭) : ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ସରପଞ୍ଚ କାର୍ଯ୍ୟ କରୁଥିବା ବେଳେ ବାହାରୁ ପକାଇଲେ ତାଲା ପକାଇଲେ ସମିତିସଭ୍ୟାଙ୍କ ସ୍ୱାମୀ ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ନିରାକାରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ।ସୂଚନାଯୋଗ୍ୟ ଯେ,ନିରାକାରପୁର ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ କାଦମ୍ବିନୀ ବେହେରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗତ ୨୩ତାରିଖରେ କାର୍ଯ୍ୟ କରୁଥିବା ବେଳେ ବାହାରୁ ପକାଇଲେ ତାଲା ପକାଇଲେ ସମିତି ସଭ୍ୟାଙ୍କ ସ୍ୱାମୀ ଶୁଭମ ଦାଶ।ଏ ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  ସରପଞ୍ଚ କାଦମ୍ବିନୀ ବେହେରାଙ୍କ ସ୍ୱାମୀ ପିଣ୍ଟୁ ବେହେରା। ପୋଲିସ ମାମଲା ରୁଜୁ କରି ଚୁପ ବସିଥିବାରୁ ଆଜି ନିରାକାରପୁର ସରପଞ୍ଚ ଆଜି ଥାନା ଗେଟ ସମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।ସରପଞ୍ଚ କାଦମ୍ବିନୀ ବେହେରା କିଛି ସମୟ ଥାନା ସମ୍ମୁଖରେ ବସିବା ପରେ ଏଫ ଆଇ ଆର କପି ସରପଞ୍ଚ ସ୍ବାମୀଙ୍କୁ ମିଳିଛି।ମାତ୍ର ପରେ ସରପଞ୍ଚ ନିଜେ ତାଙ୍କ ପ୍ୟାଡରେ ଲିଖିତ ଅଭିଯୋଗ କରିବା ପରେ ଆଇ ଆଇ ସି ଏହାକୁ ଗ୍ରହଣ କରି ନଥବାରୁ ସରପଞ୍ଚ ଶ୍ରୀମତୀ ବେହେରା ଅସନ୍ତୋଷ ପ୍ରକାଶ କରି ଖୋର୍ଦ୍ଧା  ଏସ୍ପିଙ୍କ ଦୃଷ୍ଟି ଗୋଚର କରିବା ପରେ ଏତଲା ଗ୍ରହଣ କରିଥିଲେ ନିରାକାରପୁର ଥାନା ଅଧିକାରିଣୀ ଗୀତାଞ୍ଜଳୀ ନାୟକ।ପୂର୍ବରୁ ସରପଞ୍ଚ ଓ ତାଙ୍କ ସ୍ୱାମୀ କୁ ଜୀବନରେ ମାରିଦେବାର ଧମକ ମିଳୁଥିବା ବେଳେ ପୋଲିସ ଚୁପ ରହୁଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ସରପଞ୍ଚ ଓ ତାଙ୍କ ଶାଶୁ ମା ଅଭିଯୋଗ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ଗ୍ରାମପଞ୍ଚାୟତବାସୀଙ୍କୁ ନ୍ୟାୟ ଦେବା ଲାଗି ନିର୍ବାଚିତ ହୋଇଥିବା ସରପଞ୍ଚ କେବେ ପାଉଛନ୍ତି ନ୍ୟାୟ।

Post a Comment

0 Comments