ଦଲାଲଙ୍କ ମାଡ଼ରେ ମୀରାକିଲ ପାଥଲୋଜିକାଲ ଡ଼ାଇଗନୋଷ୍ଟିକ ଟ୍ରଷ୍ଟ ର ସଦସ୍ୟ ଆହତ ।

utkalnews7
By
0


ରଣପୁର,୨।୧୨,(ଉତ୍କଳ ନ୍ୟୁଜ୍୭) : ନୟାଗଡ ଜିଲ୍ଲା ଚାନ୍ଦପୁର  ଥାନା ଅନ୍ତର୍ଗତ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟ ର ଜନୈକ ଡାକ୍ତର ଙ୍କ କ୍ୱାଟର ସମୁଖରେ ଘଟିଛି ଅଭାବନୀୟ ଘଟଣା। ମିରାକିଲ ପାଥଲୋଜିକାଲ ଡାଇଗ୍ନୋଷ୍ଟିକ ଟ୍ରଷ୍ଟର ସଦସ୍ୟ ଙ୍କୁ ସଙ୍ଘବଧ ଆକ୍ରମଣ ହୋଇଥିବା ନେଇ ଚାନ୍ଦପୁର ଥାନା ରେ ହୋଇଛି ଲିଖିତ ଅଭିଯୋଗ, ଆଜି ସକାଳ ୧୦ଘଂଟିକା ସମୟରେ ଟ୍ରଷ୍ଟର ମଣ୍ଟୁ ପ୍ରଧାନଙ୍କୁ ଚାନ୍ଦପୁର ଚିକିତ୍ସାଳୟ ପରିସରରେ ଥିବା ଜନୈକ ଡାକ୍ତରଙ୍କ କ୍ୱାଟରକୁ ଦେଖା ହେବାପାଇଁ ଯାଇଥିଲେ,ସେ ସମୟରେ ଜଣେ ଦଲାଲ ତାଙ୍କୁ ଟଙ୍କା ମାଗିଥିଲେ। ଏ ନେଇ ଉଭୟଙ୍କ ମଧ୍ୟ ରେ କଥା କଟାକଟି ହୋଇଥିଲା, ଏହି ସମୟରେ ମଣ୍ଟୁ ପ୍ରଧାନଙ୍କୁ କିଛି ବ୍ୟକ୍ତି ସଙ୍ଘବଧ ଭାବରେ ବିଧାଗୋଇଠା ମାରି ଲହୁଲୁହାଣ କରି ଥିଲେ ଏବଂ ଖବର ପାଇ ସେଠାରେ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ପହଂଚି ମଣ୍ଟୁ ପ୍ରଧାନ ଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଏହି ଘଟଣା କୁ ନେଇ ମିରାକିଲ ପାଥଲୋଜିକାଲ ଡାଇଗ୍ନୋଷ୍ଟିକ ଟ୍ରଷ୍ଟ ପକ୍ଷରୁ ଚାନ୍ଦପୁର ଥାନା ରେ ଏତଲା ଦିଆଯିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରିସରକୁ ଦଲାଲ ମୁକ୍ତ କରିବାକୁ ଦାବି କରିଛନ୍ତି।


Post a Comment

0 Comments

Please Select Embedded Mode To show the Comment System.*