୭ମୃତ ବିଦେଶୀ ପକ୍ଷୀ ଜବତ,ଶିକାରୀ ଗିରଫ।

utkalnews7
By
0

 



ଟାଙ୍ଗୀ,୩/୧୨ : ପୁଣୀ ଚିଲିକାରେ ହୋଇଛି ପକ୍ଷୀ ଶୀକାର।ଶୀତ ଋତୁ ଆସିଲେ ଚିଲିକା ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠେ।ଏହି ସମୟରେ ଚିଲିକାରେ ସକ୍ରିୟ ହୋଇ ଉଠନ୍ତି ପକ୍ଷୀ ଶୀକାରୀ।ଗତକାଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନ ପୁରୀ ଜିଲ୍ଲାର ଗଡିଶାଗଦା ଥାନା ଅଧିନସ୍ଥ ଆଳିପଡା ଗ୍ରାମର ଚିଲିକା କୂଳରେ ପକ୍ଷୀ ଶିକାର ହେଉଥିବା ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗକୁ ବିଶେଷ ସୂତ୍ରରୁ  ଖବର ମିଳିଥିଲା।ସଙ୍ଗେ ସଙ୍ଗେ ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରିଣୀ ଚୂଡ଼ାରାଣୀ ମୁର୍ମୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢ଼ାଉ କରି ୭ ମୃତ ବିଦେଶୀ ପକ୍ଷୀ ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିଛି ।ମୃତ ବିଦେଶୀ ପକ୍ଷୀ ଗୁଡିକ ଲାର୍ଜ ହୁଇସିଲିଂ ଡକ୍ ବୋଲି ସୂଚନା ମିଳିଛି।ପକ୍ଷୀ ମାନଙ୍କୁ କଇଁଫୁଲ ନାଡ଼ରେ ବିଶ ଦେଇ ପକ୍ଷୀ ମାନଙ୍କୁ ଶୀକାର କରାଯାଇଥିବା ବନ୍ୟପ୍ରାଣୀ ବିଭାଗ ଅନୁମାନ କରୁଛି।ତେବେ ଗିରଫ ପକ୍ଷୀ ଶିକାରୀ ଜଣକ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଆଳିପଡା ଗ୍ରାମର ବିଜୟ ସାହୁ ବୋଲି ଜଣାପଡିଛି।ଏହି ଚଢ଼ାଉ ସମୟରେ ଭୂଷଣ୍ଡପୁର ପରେଷ୍ଟର ଜିତେନ୍ଦ୍ରୀୟ ଜେନା,ପରେଷ୍ଟ ଗାର୍ଡ଼ ଭାନୁମତି ବେହେରାଙ୍କ ସମେତ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ । ମୃତ ପକ୍ଷୀ ଗୁଡ଼ିକୁ ପଞ୍ଚନାମା ପାଇଁ ପଠାଇବା ସହ ଗିରଫ ପକ୍ଷୀ ଶୀକାରୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀଣୀ ଚୂଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*