ଅସ୍ତିତ୍ବ ହରାଉଛି ବାଞ୍ଛାବନ୍ଧ ଦୀର୍ଘ ବର୍ଷ ହେଲା ହୋଇନି ପୁନରୁଦ୍ଧର, ଚାଷୀ କୁଳ ଅସନ୍ତୋଷ।

utkalnews7
By
0

 


ରଣପୁର,୧୪।୧୨,(ଉତ୍କଳ ନ୍ୟୁଜ୍୭) : କୃଷି ଓ କୃଷକ ଉର୍ନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ,ବର୍ଷ ବର୍ଷ ଧରି ଜଳ ନପାଇ ଜଳକର ଦେଇ ଚାଷୀ କୁଳ ହତାଶ ହେଉଥିବା ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତ ନୟାଗଡ଼ ଜିଲ୍ଲାର ରଣପୁର କ୍ଷଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ଲୋଧାଚୁଆ ଗ୍ରାମପଞ୍ଚାୟତର ବାଞ୍ଛାବନ୍ଧରୁ ପାଣି ନେଇ କୃଷି କାର୍ଯ୍ୟ କରୁଥିବା ଚାଷୀ ଭାଈ ମାନେ । ଅଜକୁ ଦିର୍ଘ ବର୍ଷ ହେବ ବାଞ୍ଛାବନ୍ଧ ପୁନରୁଦ୍ଧର ନହୋଇ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି  ।ଜିଲ୍ଲାରେ କେତେ ଜମି ଜଳସେଚିତ ହେଲା ଜଳସେଚନର ଅଗ୍ରଗତିର ହାର କେତେ ବଢିଛି ଏବଂ ଆଗାମୀ ବର୍ଷ ଗୁଡିକରେ ଏହି ହାର କେତେ ବଡ଼ିବ ଏସବୁ କାଗଜ ପତ୍ରରେ ଚାଲିଲାପରି ମନେହେଉଛି।କ୍ରମଶଃ ବନ୍ଧ ଟି ପୋତି ହୋଇଗଲାଣି ତ କେଉଁଠି ବନ୍ଧ ଟି ଫାଟି ବାକୁ ବସିଲାଣି । ତେବେ ନାଳ ଟି ପୋତି ହୋଇଯାଉଥିବାରୁ ଦରକାର ବେଳେ ବନ୍ଧ ରେ ପାଣି ରହୁନି ବନ୍ଧର ମୁଖ୍ୟ ଦ୍ୱାର ଟି ଫାଟି ଆଁ କରିଥିବାରୁ ଅବିରତ ପାଣି ଚାଷୀ କାମ ରେ ନଆସି ନଷ୍ଟ ହେଉଛି ଓ ଧୀରେ ଧୀରେ ନାଳ ଟିଏହି ବନ୍ଧଟି ତାର ଅସ୍ତିତ୍ୱ ହରାଇ ବାକୁ ବସିଲାଣି । ସରକାର ଙ୍କ ତରଫରୁ ଜଳସେଚନ ପ୍ରକଳ୍ପ ଗୁଡିକର ପୁନରୁଦ୍ଧର, ଡ୍ରେନେଜ ପରି କାମ ଜଳସମ୍ପଦ ବିଭାଗ ତରଫରୁ ପାଣିପରି ଅର୍ଥ ଖର୍ଚ୍ଚ କରାଯାଉଛି କିନ୍ତୁ ଏଠାରେ ବିଭଗ ତରଫରୁ କୌଣସି କାର୍ଯ୍ୟ କରାଯାଉନାହିଁ।ଖରାଦିନେ ବନ୍ଧ ଟି ଶୁଖିଯାଉଥିବାରୁ ପାଣି ଅଭାବ ରୁ ଲୋକ ମାନେ ରବି ଫସଲ ପାଇଁ ସାହସ ଜୁଟାଇ ପାରୁନାଁହାନ୍ତି।କେତେବେଳେ ପାଣି ନିଷ୍କାସନ ହୋଇପାରୁନି ତ କେତେବେଳ ପାଣି ଅଭାବ।ଏହି ଅସୁବିଧା ଚାଷୀଙ୍କର ମୁଣ୍ଡବିନ୍ଧା ପାଲଟିଛି । ସହ ସହ ଚାଷ ଜମି ଦିନକୁଦିନ ଧ୍ବଂସ ଆଡ଼କୁ ଗତି କରୁଥିବା ବେଳେ ଏହି ବନ୍ଧ କୁ ପୁନଃରୁଦ୍ଧାର କରାଯାଉ ନଥିବାରୁ କୃଷକ ମହଲ ରେ ଅସନ୍ତୋଷ ଦେଖାଦେଛି। ଯାହାଫଳରେ ଆଡାଲ, ପାଟବେରେଣା, ସାରଙ୍ଗଧରପୁର, କୋଇଲମା, କେନ୍ଦୁବଣିଆ, ବଗଲ, ରାଧାମହନପୁର ଗୋପୀମହନପୁର ଆଦି ଗ୍ରାମର ଚାଷୀ ମାନେ କ୍ରମାଗତ କ୍ଷତି ସହୁଛନ୍ତି । ଏହି ବନ୍ଧ ର ପୁନରୁଧାର କରାଗଲେ ୧୦ଗୋଟି ଗ୍ରାମର ଚାଷୀ ଉପକୃତ ହୋଇପାରିବେ। ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ କୃଷକ ମହଲ ରେ ଦାବି ହେଉଛି।

Post a Comment

0 Comments

Please Select Embedded Mode To show the Comment System.*