ସାମାନ୍ୟ କଥାକୁ ନେଇ ମରଣାନ୍ତକ ଆକ୍ରମଣ, ୨ ଗୁରୁତର।


ବାଣପୁର,୧୪।୧୨,(ଉତ୍କଳ ନ୍ୟୁଜ୍୭) : ସାମାନ୍ୟ ବଚସାରୁ ମରଣାନ୍ତକ ଆକ୍ରମଣ ୨ଗୁରୁତର।ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ। ମଙ୍ଗଳବାର ରାତି ୧୦ଟା ସମୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ଦୁଇଜଣ ଗୁରୁତର ଆହତ।ମିଳିଥିବା ସୂଚନା ଅନୁସାରେ, ମଙ୍ଗରାଜପୁର ଗ୍ରାମର ବସନ୍ତ ପଣ୍ଡାଙ୍କ ପୁଅ ରାହୁଲ ନନ୍ଦପୁର ଠାରେ ଏକ ମେଡ଼ିସିନ ଷ୍ଟୋର କରିଛନ୍ତି। ଦୋକାନରେ ଅନୁପସ୍ଥିତ ଥିବା ସମୟରେ ମଙ୍ଗରାଜପୁରର କିଛି ଅସାମାଜିକ ଯୁବକ ସେଠାକୁ ଆସି ଦୋକାନରେ ଥିବା ତାଙ୍କ ବାପା ବସନ୍ତ ପଣ୍ଡାଙ୍କ ସାଥିରେ ଯୁକ୍ତିତର୍କ କରି ଆକ୍ରମଣ କରିଥିଲେ। ପରେ ପୁଅ ରାହୁଲ ପଣ୍ଡା ସେମାନଙ୍କୁ ମଙ୍ଗରାଜପୁର ଗ୍ରାମରେ ଦେଖି ବାପାଙ୍କୁ କଣ ପାଇଁ ମାରିଲ ବୋଲି ପଚାରିଲେ। ଏହି ସମୟରେ ହଠାତ ତିନିଜଣ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଏକ ପନିକିରେ ରାହୁଲଙ୍କ ମୁଣ୍ଡକୁ ହାଣି ଦେଇଥିଲେ ଏବଂ ଏକ କାଠ ଫାଳିଆରେ ଆକ୍ରମଣ କରିବାରୁ ତାଙ୍କର ହାତ ଖଞ୍ଜା ଖସିଯାଇଥିଲା। ବସନ୍ତ ପଣ୍ଡାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ଉଭୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଣପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବସନ୍ତ ପଣ୍ଡା ବାଣପୁର ଥାନାରେ ଏତଲା ଦାୟର କରିଥିଲେ। ରାହୁଲଙ୍କର ଅବସ୍ଥା ଗୁରୁତର ଥିବା ବେଳେ ବାଣପୁର ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନନ୍ତର କରିଛନ୍ତି। ଏନେଇ ବାଣପୁର ଥାନା ପୋଲିସ ୫୮୪/୨୦୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Previous Post Next Post