କୃଷ୍ଣ ଦ୍ବିପାୟନ ବେଦ ପାଠଶାଳାରେ ବେଦ ଜ୍ଞାନ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ।

utkalnews7
By
0


ରଣପୁର,୧୪।୧୨,(ଉତ୍କଳ ନ୍ୟୁଜ୍୭): ନୟାଗଡ ଜିଲ୍ଲା ରଣପୁରର କୃଷ୍ଣ ଦ୍ବିପାୟନ ବେଦ ପାଠଶାଳାରେ ବେଦ ଜ୍ଞାନ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ତିରୁପତି ଜାତୀୟ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ମହର୍ଷି ସନ୍ଦୀପନୀ ରାଷ୍ଟ୍ରୀୟ ବେଦ ପ୍ରତିଷ୍ଠାନ ଉଜ୍ଜୟନୀ ଶିକ୍ଷା ମନ୍ତ୍ରଣାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ବେଦ ଶାସ୍ତ୍ର ଧର୍ମ ସମ୍ପର୍କରେ ବୁଝାଇଥିଲେ।ସୁଧାକର ପଣ୍ଡା, ଡାଃ କଳ୍ପନା ରଥ, ପ୍ରଫେସର ପ୍ରମୋଦ କୁମାର ନନ୍ଦ, ଡାଃ. ନୀଳାଚଳ ମିଶ୍ର, ପ୍ରଫେସର ବିଜୟ କୁମାର ଜେନା ପ୍ରମୁଖ ବେଦ ପାଠ ଚକ୍ର ଉପରେ ବିଦ୍ୟାର୍ଥୀ ମାନଙ୍କୁ ନୂତନ ଦିଗଦର୍ଶନ ଦେଖାଇଥିଲେ। ଏହି ପାଠଶାଳାର ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ର, ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*