ରଣପୁର,୧୪।୧୨,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସଭାଗୃହରେ ରାଜସୁନାଖଳା ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଗ୍ରାମସଭା ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ବୁଧବାର ସକାଳ ୧୧ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମସଭାରେ ନାଏବ ସରପଞ୍ଚ ଅନୁପମା ନାୟକ, ରୋଜିନା ବରାଡ଼, ସରୋଜ ମହାରଣା, ରଶ୍ମିତା ଦଳେଇ, ସଞ୍ଜୟ ମହାରଣା, କୁନୀଲତା ମହାରଣା, ରାଜେଶ କୁମାର ସାହୁ, ଶ୍ରୀମତୀ ସୁମତି ସିଂ, ବୈକୁଣ୍ଠ ନାଥ ଲେଙ୍କା, ଶ୍ରୀମତୀ ବବିତା ସାହୁ, ଚିତ୍ତରଞ୍ଜନ ସାହୁ, ସୌଭାଗିନୀ ଦାସ, ପ୍ରଭାକର ସମେତ ୧୮ଗୋଟି ୱାର୍ଡର ୱାର୍ଡସଭ୍ୟ ରହି ଆଲୋକୀ କରଣ,ପାନୀୟ ଜଳଗମନାଗମନ ସ୍ୱଚ୍ଛତା ଉପରେ ମତାମତ ରଖିଥିଲେ । ଏହି ରାଜସୁନାଖଳା ପଞ୍ଚାୟତର ଉର୍ନତିକରଣ ବୈଠକରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ, ଜି.ଆର.ଏସ,ପୁରନ୍ଦର ବେହେରା ଓ ରାଘବ ନନ୍ଦ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ।