ରୋଷେଇ କରୁଥିବା ବେଳେ ଅଘଟଣ ପୋଡି ହୋଇ ମହିଳା ଗୁରୁତର।

utkalnews7
By
0



ବୋଲଗଡ଼/ଖୋର୍ଦ୍ଧା,୧୪।୧୨(ଉତ୍କଳ ନ୍ୟୁଜ୍୭): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତ ଚମ୍ପାଇଲୋ ଗ୍ରାମରେ ଅଘଟଣ। ଜନୈକା ମହିଳା ଘରେ ରୋଷେଇ କରିବାକୁ ଯାଉଥିବା ବେଳେ ଗ୍ୟାସ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି l ଗୁରୁତର ମହିଳା ଜଣକ ହେଉଛନ୍ତି ଚମ୍ପାଇଲୋ ଗ୍ରାମର ଚରଣ ବରାଡ଼ଙ୍କ ପତ୍ନୀ ଶଶୀ ବରାଡ଼(୫୫) ବୋଲି ଜଣାପଡିଛିl ଶଶୀ ନିଜ ଘରେ ରୋଷେଇ ପାଇଁ ଗ୍ୟାସ ଚୁଲି ରେ ଅଗ୍ନି ସଂଯୋଗ ପାଇଁ ଲାଇଟର ମାରିବା ସମୟରେ ଅଚାନକ ଘର ସାରା ନିଆଁ ବ୍ୟାପିଯାଇଥିଲା । ଫଳରେ ମହିଳା ଜଣକ ଜୀବନ ବିକଳରେ ଘର ଭିତରୁ ବାହାରି ଆସିବା ସମୟରେ କବାଟରେ ବାଡେଇ ହୋଇ ସେହି ଘରେ ପଡିଯାଇଥିଲେ । ସେ ଘର କବାଟରେ ପିଟି ହୋଇ ପଡିଯାଇଥିବା ଶବ୍ଦ ଶୁଣି ପରିବାର ଲୋକ ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ । ସେତେ ବେଳକୁ ଶଶୀଙ୍କର ଦେହର ଅନେକ ଅଂଶ ପୋଡିଯାଇ ଗୁରୁତର ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ୧୦୮ରେ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଛି । ଶଶୀ ଜଣେ ଗରିବ ପରିବାରର ମହିଳା ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ଡାଇରେକ୍ଟର ପବିତ୍ର ମୋହନ ମାଝୀ,ସ୍ଥାନୀୟ ସରପଞ୍ଚ ଜୟନ୍ତୀ ପ୍ରଧାନ ଏବଂ ପୂର୍ବତନ ସମିତିସଭ୍ୟ ପ୍ରମୋଦ ପ୍ରତାପସିଂହ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ନିବେଦନ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*