Ad Code

Responsive Advertisement

ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତି ସମୀକ୍ଷା ସହ ରେସ୍କ୍ୟୁ ଟିମ୍‌ ଅଧିକାରୀଙ୍କ ସହିତ ଆଲୋଚନା ।


ଭୁବନେଶ୍ବର,୦୩।୦୬,(ଉତ୍କଳ ନ୍ୟୁଜ୍୭) : ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳକୁ ଯାଇ ସେଠାକାର ଗ୍ରାଉଣ୍ଡ ଜିରୋର ସ୍ଥିତିକୁ ଖୋଦ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ।ଦିଲ୍ଲୀରୁ ଆସି ଭୁବନେଶ୍ବର ପହଞ୍ଚିବା ପରେ ସିଧା ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାହାନଗା ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହିତ ଉଦ୍ଧାରକାରୀ ଟିମ୍‌ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Post a Comment

0 Comments