ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ।

utkalnews7
By
0


ରଣପୁର,୬।୬,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ  ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଜଗଦୀଶ ଚନ୍ଦ୍ର ଜେନାଙ୍କ ତୱାବଧାନରେ ଆଜି ମଙ୍ଗଳବାର ମାଧ୍ୟହ୍ନ ୧ଘଣ୍ଟିକା ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ପରିସରରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ସତ୍ୟନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା,ବ୍ଲକ ବିଜେଡି ସଭାପତି ସଚ୍ଚିକାନ୍ତ ଷଡ଼ଙ୍ଗୀ,ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ଡାକ୍ତର ସାଗରିକ ଜେନା ଯୋଗଦେଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି କରଣ, ତଥା ସ୍ଥାୟୀ ଆମ୍ବୁଲାନ୍ସ ସେବା,ନୂତନ ଶବ ବ୍ୟବଛେଦ ଗୃହ,ଅଚଳ ହୋଇଥିବା ଲିଫ୍ଟ, ଡିଜିଟାଲ ଏକ୍ସରେ ମେସିନ,ଇସିଜି ମେସିନ ଟେକେନିସିଆନ ଓ କର୍ମଚାରୀ ଅଭାବ ଥିବା ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ରାଜସୁନାଖଳା ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ତୁଷାର ରଞ୍ଜନ ସାହୁ,ସମ୍ପ୍ରସାରଣ ଅଧିକାରୀ ପ୍ରଭାକର ଦାସ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*