ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରୀ,ପୋଲିସ ହାତ ଖାଲି।

utkalnews7
By
0


ଟାଙ୍ଗୀ,୩୦।୭,(ଉତ୍କଳ ନ୍ୟୁଜ୍୭): ଓଡିଶାର ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରୀ। ଗତ କାଲି ରାତିରେ ଚୋରୀ ହୋଇଥିବା ଜଣାପଡିଛି।ସୂଚନାଯୋଗ୍ୟ ଯେ,ଗତ କାଲି ରାତିରେ ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ଭିତରେ ଥିବା ମା’ଙ୍କର ମୁକୁଟ, ଅଣ୍ଟା ପଟି, ହାର, ହାତ ପଲା, ଆଖି, ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର ଲୁଟି ନେଇଛନ୍ତି।ଖବର ପାଇ ଘଟଣା ସ୍ଥଳରେ ଟାଙ୍ଗୀ ଥାନା ଓ ଭୂଷଣ୍ଡପୁର ଫାଣ୍ଡି ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି।ଲୁଟେରା ମାନେ ଚତୁରତାର ସହ ମନ୍ଦିର ଭିତରେ ପସି ସିସିଟିଭି କ୍ୟାମେରା ର ତାର କାଟି ଅଳଙ୍କାର ଗୁଡିକ ଚୋରୀ କରି ନେଇଥିବା ବେଳେ ପୋଲିସ ଏବେ ଅନ୍ଧାରରେ ବାଡ଼ି ବୁଲାଉଥିବା ଜଣାପଡିଛି। ତେବେ ମା'ଉଗ୍ରତାରାଙ୍କ ମନ୍ଦିର ରୁ ପୂର୍ବରୁ ମଧ୍ୟ ଦୁଇଥର ଚୋରୀ ହୋଇଥିବା ବେଳେ ପୂନର୍ବାର ଚୋରୀ ଘଟଣା କେଉଁଠି ନା କେଉଁଠି ମନ୍ଦିର ସୁରକ୍ଷା ଦାୟିତ୍ୱ ରେ ଥିବା ଜଗୁଆଳି ମାନଙ୍କ ଢ଼ିଲା ପେଟ୍ରୋଲିଂ ଯୋଗୁ ମନ୍ଦିର ରୁ ଚୋରୀ ହୋଇଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି।ତେବେ ଗତ କିଛି ଦିନ ତଳେ ୫-ଟି ସଚିବ ମନ୍ଦିରରେ ପହଂଚି ମା’ଙ୍କ ମନ୍ଦିରର ଉନ୍ନତିକରଣ କରିବା ପାଇଁ ସମିକ୍ଷା କରିଥିଲେ। ମା’ଙ୍କ ମନ୍ଦିର ର ଉନ୍ନତି କରଣ ପାଇଁ ଅନୁଦାନ ମଂଜୁର ମଧ୍ୟ ହୋଇସାରିଛି।ଏବେ ଦେଖିବାକୁ ବାକି ରହିଲା ମା'ଉଗ୍ରତାରାଙ୍କ ପୀଠରୁ ଚୋରୀ କରିଥିବା ଲୁଟେରା ମାନଙ୍କୁ ପୋଲିସ କେବେ ଗିରଫ କରୁଛି ଓ ମା'ଅଳଙ୍କାର କେବେ ମିଳୁଛି।

Post a Comment

0 Comments

Please Select Embedded Mode To show the Comment System.*