୯ କିଲୋମିଟର ଚାଲି ଚାଲି ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା କଲେ ସ୍ୱାସ୍ଥ୍ୟକର୍ମୀ ।

utkalnews7
By
0


ନବରଙ୍ଗପୁର,୩୦।୭,(ଉତ୍କଳ ନ୍ୟୁଜ୍୭) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବର୍ଷା ହେବା ପରେ ମ୍ୟାଲେରିଆ ବଡିବାର ଆଶଙ୍କା କରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି।ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଉପାନ୍ତ ଗ୍ରାମ ଗୁଡିକରେ ମ୍ୟାଲେରିଆ ବାହାରିଛି ସେହି ଗ୍ରାମ ଗୁଡିକରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ  ସ୍ୱାସ୍ଥ୍ୟ ସେବା,ଔଷଧ ଦେବା ସହ ଲୋକ ମାନଙ୍କୁ ସଚେତନତା କରିବା ପାଇଁ ନିଷ୍ପତି ନିଆଯାଇ ଗତ କାଲି ଝରିଗାଁ ବ୍ଲକ ଉପାନ୍ତ ଚକଲାପଦର ପଂଚାୟତର ଦୁର୍ଗମ ଗ୍ରାମ ସର୍ଗିପାଣି,ମରାଘାଟ ଏବଂ ନନ୍ଧନଚୁଆ ଗ୍ରାମ ରେ ଏକ ଡାକ୍ତର ଟିମ ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ତେବେ ଦୁର୍ଗମ ଚକଲା ପଦର ପଞ୍ଚାୟତ ର କେତେକ ଗାଁ ର କିଛି ଲୋକ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଖବର ଜାଣିବା ପରେ ଡାକ୍ତର ସନ୍ତୋଷ ପ୍ରଧାନ ଙ୍କ ସହ ,CHO ବିଶ୍ୱଜିତ ମହାନ୍ତି, ଦୀପ୍ତି ରଞ୍ଜନ ସେଠୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀ ଜାନକୀ ଟାକିରୀ ପ୍ରମୁଖ MHU ଗାଡି ନେଇ ଯାଇଥିଲେ ।କିନ୍ତୁ mhu ଗାଡିଟି ଫୁଲଝରୀ ଗ୍ରାମ ପର୍ଯ୍ୟନ୍ତ ଯିବା ପରେ ରାସ୍ତା ନଥିବା ଯୋଗୁଁ ଆଗକୁ ଆଉ ଯାଇ ପାରିନଥିଲା ।ଫଳରେ ସ୍ବାସ୍ଥ୍ୟ କର୍ମଚାରୀ ମାନେ ଔଷଧ ବ୍ୟାଗ କୁ ବହି ପାହାଡ଼ ପର୍ବତ ଘେରା ପଥର ରାସ୍ତାରେ ୩ କିଲୋମିଟର ଦୂର ଚାଲି ଚାଲି ପ୍ରଥମେ ସର୍ଗିପାଣି ଗ୍ରାମ ଯାଇଥିଲେ। ପରେ ସେଠାରୁ ପୁଣି ୩କିଲୋମିଟର ଦୂର ଚାଲି ଚାଲି ମରାଘାଟ ଗ୍ରାମ ଯାଇଥିଲେ।ଶେଷରେ ପରେ ପୁଣି ୩ କିଲୋମିଟର ଦୂରରେ ଥିବା ନନ୍ଧନଚୁଆ ଗ୍ରାମ ପହଞ୍ଚିଥିଲେ।ଏହି ତିନିଟି ଗ୍ରାମରେ ପ୍ରଥମେ ଜ୍ଵର ଲକ୍ଷଣ ଥିବା ଲୋକ ମାନଙ୍କ ସାମୁହିକ ରକ୍ତ ପରୀକ୍ଷା କରିଥିଲେ।ଏହି ତିନିଟି ଗ୍ରାମରେ ୧୨୯ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ଔଷଧ ପ୍ରଦାନ କରିବା ସହ କିଭଳି ସେବନ କରିବେ ସେନେଇ ବୁଝାଇ ଥିଲେ।ପରେ ସ୍ଥାନୀୟ ଲୋକ ମାନଙ୍କୁ କଣ ସବୁ କଲେ ମ୍ୟାଲେରିଆ ହେବ ନାହିଁ ସେନେଇ  ସଚେତନତା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*