ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗ୍ରସ୍ତ,ଲୋକ ଅଭିଯୋଗ ଶୁଣିଲେ ।

utkalnews7
By
0

             


 ( ବିଭିନ୍ନ ସରକାରୀ ଯୋଜନାର ପ୍ରଚାର)

ବେଗୁନିଆ,୨୨।୮,(ଉତ୍କଳ ନ୍ୟୁଜ୍୭) : ମଙ୍ଗଳବାର ଦିନ ପୂର୍ବାହ୍ନରେ ବେଗୁନିଆ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ  ତଥା ୫ଟି ସଚିବ ଭିକେ ପାଣ୍ଡିଆନ ପହଁଚି ଜନ ଶୁଣାଣି କାର୍ଯ୍ୟକ୍ରମ ଯୋଗଦେଇଥିଲେ ।ଏଥିରେ ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳ,କୃଷି ଓ ମିଶନ ଶକ୍ତି ମହିଳାଙ୍କ ଭୂମିକା ଅଗ୍ରଣୀଭାବେ ରହିଥିବା ବେଳେ ସମସ୍ତଙ୍କୁ କରମର୍ଦ୍ଧନ କରି ୪୩୦ ରୁ ଉର୍ଦ୍ଧ୍ବ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।ଏପରିକି ମନ୍ଦିର,ମସଜିଦ,ଚର୍ଚ୍ଚ ଓ କମ୍ୟୁନିଟି ହଲ ପାଇଁ ପର୍ଯ୍ୟାୟ କ୍ରମେ  ପ୍ରଥମ କିସ୍ତି ୭ ଦିନ ମଧ୍ୟରେ ମିଳିବା ସହ ଭଲ କାର୍ଯ୍ୟ କଲେ ପୁଣି ଅନୁଦାନ ରାଶି ପ୍ରଦାନ କରାଯିବ ।ପାନୀୟ ଜଳ ଯୋଗାଣ ପାଇଁ ପାଇପ ଯୋଗେ  ଚଳିତ ବର୍ଷ ଶେଷ ସୁଦ୍ଧା ବେଗୁନିଆ ଓ ବୋଲଗଡ଼ ଉଭୟ ବ୍ଲକ ପାଇଁ ୩୨୫ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସମୟରେ ବେଗୁନିଆ ବ୍ଲକର ୧୬ ଗୋଟି ପଞ୍ଚାୟତ ଉପକୃତ ହେବେ ବୋଲି କହିଛନ୍ତି ।ଯଦି କେଉଁଠି ପାନୀୟ ଜଳ ଯୋଗାଣ ଉପରେ ସମସ୍ୟା ରହିଥାଏ ତେବେ ଆଜିଠାରୁ ଦୁଇ ଦିନ ମଧ୍ୟରେ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟକୁ ତ୍ବରାନ୍ବିତ କରିବେ ବୋଲି ନିର୍ଦେଶ ଦେଇଛନ୍ତି ।


ବିଦ୍ୟୁତ କ୍ଷେତ୍ରରେ ଲୋ ଭୋଲଟେଜ ସୁଧାରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟରେ ବୋଲଗଡ଼ ବ୍ଲକ ହାଟବସ୍ତ ଓ ବେଗୁନିଆରେ ୧୩୨/୩୩ କେଭି ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ପ୍ରସ୍ତାବ ରହିଛି ।ଶିକ୍ଷା କ୍ଷେତ୍ରରେ ସ୍ମାର୍ଟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିର୍ମାଣ କରି ଉନ୍ନତ ମାନର ଉପକରଣ ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବ ବୋଲି କହିଛନ୍ତି ।ମିଶନ ଶକ୍ତିରେ ମହିଳା ମାନେ ଆତ୍ମ ନିର୍ଭରଶୀଳ ହୋଇ ପରିବାରର ଆର୍ଥିକ ପରିସ୍ଥିତିକୁ ଉନ୍ନତି ଦିଗରେ କାଫେ, ବସ,ମିଟର ରିଡୀଂ,ପାନ୍ଥ ନିବାସ, ବିଦ୍ୟାଳୟ, ହଷ୍ଟେଲ,ଧାନ ମଣ୍ଡି,ଚିକିତ୍ସାଳୟରେ ଖାଦ୍ୟପେୟ ପ୍ରଦାନ ଓ ସିଲେଇ କରି ବିଦ୍ୟାଳୟକୁ ପୋଷାକ ଯୋଗାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି କହିଛନ୍ତି ।ରାଜ୍ୟରେ ୭୦ ଲକ୍ଷ ମହିଳା ଗୋଷ୍ଠୀ  ରହିଥିବା ବେଳେ ୧୬ ହଜାର ମିଶନ ଶକ୍ତି ଗ୍ରୁପକୁ ୧୧ ହଜାର କୋଟି ଟଙ୍କା ପ୍ରତି ଗ୍ରୁପକୁ  ବିନା ସୁଧରେ୫ ଲକ୍ଷଟଙ୍କା ଲୋନ  ଦିଆଯାଇଛି ।ଗ୍ରାମରେ ଅବ୍ୟବହୃତ ହୋଇ ରହିଥିବା ସରକାରୀ ଗୃହ ଯଥା ଦୋକାନ,ଅଙ୍ଗନବାଡି ଓ ବିଦ୍ୟାଳୟ ଆଦିକୁ ଚିହ୍ନଟ କରି ମିଶନଶକ୍ତି ମହିଳା ମାନେ ନିଜର ସଭା ଗୃହ ହେଉ ଅବା ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟବହାର କରିବେ ବୋଲି କହିଛନ୍ତି ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବା ଲାଗି ବିଭାଗ ସହିତ ଆଲୋଚନା କରି ଖୁବ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଛନ୍ତି ।ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଦୁରାରୋଗ ବ୍ୟକ୍ତି ସହଜରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ସହ ବର୍ଷକୁ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇ ପାରିବେ।ଚାଷୀ ମାନଙ୍କୁ ବିନା ପ୍ରିମିୟମରେ  ଫସଲ ବୀମା ସୁବିଧା ୪୦ ଲକ୍ଷ ଚାଷୀ ସାମିଲ ହେବା ସହ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦିଆଯାଇଛି ।


ଗତ ଅଗଷ୍ଟ ୧୫ ତାରିଖଠାରୁ ବରିଷ୍ଠ ନାଗରିକଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିବା ବେଳେ କେହି ଯଦି ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ବ୍ୟକ୍ତି ଆବେଦନ ପତ୍ର ଦାଖଲ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*