ନୟାଗଡ଼ ରାଣୀ’ମାଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ବୁଥ ସଶକ୍ତିକରଣ କାର୍ଯ୍ୟକ୍ରମ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ।

utkalnews7
By
0


ନୟାଗଡ଼,୨୧।୮,(ଉତ୍କଳ ନ୍ୟୁଜ୍୭) : ଆଜି ରାତ୍ର ୮ ଘଟିକା ସମୟେ ନୟାଗଡ ପୁରୁଣା ସହରସ୍ଥିତ ପୁରୁଣା ରାଜବାଟୀଠାରେ ନୟାଗଡର ରାଣୀ’ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ନେତୃତ୍ଵରେ ବୁଥ ସଶକ୍ତିକରଣ କାର୍ଯ୍ୟକ୍ରମ ସହ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଏହି ମିଶ୍ରଣ ପର୍ବରେ ସୁନାମୁହିଁ ଗ୍ରାମପଞ୍ଚାୟତର ନଣ୍ଡାବାଦୁ ଗ୍ରାମର ୧୮ ପରିବାରର ୨୦ ଜଣ ବିଜୁ ଜନତା ଦଳର କାର୍ଯ୍ୟରେ ଅତିଷ୍ଠ ହୋଇ ରାଣୀ’ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ନେତୃତ୍ଵ ଉପରେ ଆସ୍ଥା ରଖି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ରାଣୀ’ମା ଦଳରେ ମିଶିଥିବା ସମସ୍ତ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିରେ ସ୍ଵାଗତ କରିଥିଲେ।  ଏହି ବୁଥ ସଶକ୍ତିକରଣ କାର୍ଯ୍ୟକ୍ରମରେ ରାଣୀ’ମା ନୟାଗଡ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥକୁ ସଶକ୍ତ କରିବା ସହ ଜାଲି ଭୋଟର ତାଲିକାକୁ କିଭଳି ଠିକ କରାଯାଇ ଏକ ସ୍ଵଚ୍ଛ ନିର୍ବାଚନ ଲଢିହେବ ତା ବିଷୟରେ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ସଭାରେ ବରିଷ୍ଠ ବିଜେପି ନେତା ନସିର ଅହେମଦ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ, ବିଜେପି ତଥା କୃଷକ ନେତା ସନ୍ତୋଷ ପ୍ରଧାନ ବୁଥ ସଶକ୍ତ କିପରି ଭାବେ କରାଯିବ ତା ନେଇ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃପାସିନ୍ଧୁ ଗୌଡ,  ସୌମ୍ୟରଞ୍ଜନ ପ୍ରଧାନ, ଦିଲ୍ଲୀପ କୁମାର ବେହେରା, ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ଗମ୍ଭାରିଡ଼ିହି ସମିତି ସଭ୍ୟ ହରଷ ଚନ୍ଦ୍ର ପଣ୍ଡା, ନୃଶିହ୍ନ ଚରଣ ମହାପାତ୍ର, ରଞ୍ଜନ କୁମାର ପଣ୍ଡା, ନୟାଗଡ ପୌରାଞ୍ଚଳ ମଣ୍ଡଳ ସଭାପତି ସନ୍ତୋଷ ରାଉତରାୟ, ସୁବାଶ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ଇକିରିର ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ପାଳ ପ୍ରମୁଖଙ୍କ ସହ୧୫୦ରୁ ଊର୍ଦ୍ଧ୍ଵ ବିଭିନ୍ନ ଗ୍ରାମପଞ୍ଚାୟତର କର୍ମୀମାନେ  ଯୋଗ ଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*