ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତହୋଇ ଯାଇଛି l


ନୟାଗଡ଼,୨୨।୮,(ଉତ୍କଳ ନ୍ୟୁଜ୍୭) : ଆଜି ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ମହିଳା ଜନତା ଦଳ ନୟାଗଡ଼ ଜିଲ୍ଲା ସଭାପତି ବିରଜା ଲକ୍ଷ୍ମୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥୁ ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନ ଛୁରିଆ ଯୋଗ ଦେଇଥିଲେ । ଏହି ବୈଠକରେ ବିଜୁ ମହିଳା ଜନତା ଦଳର ମହା ସଚିବ କସ୍ତୁରୀ ମହାପାତ୍ର, ଅନୁସୁଚିତ ଜାତି ଓ ଜନଜାତିର ରାଜ୍ୟ ସଂଯୋଜିକା ଭାରତୀ ସିଂ, ବରିଷ୍ଠ ଉପସଭା ନେତ୍ରୀ ମାନସି ସୁନ୍ଦରାୟ, ରାଜ୍ୟ ବିଜୁ ମହିଳା ଜନତା ଦଳର କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ବରିଷ୍ଠ ଉପସଭାନେତ୍ରୀ ପ୍ରଭାସିନି ନନ୍ଦ, ମାଳତୀ ଗୁରୁ ଓ ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ, ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ବିଜୁ ମହିଳା ଜନତା ଦଳର ମହା ସଚିବ କସ୍ତୁରୀ ମହାପାତ୍ର ସାମାଜିକ ଗଣ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀଙ୍କ ବିକାଶ ମୁଳକ କାର୍ଯ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ଗୁରୁତ୍ଵ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସମସ୍ତ ବିକାଶ ଧାରାରେ ମହିଳା ମାନେ ସାମିଲ ହେବା ସହିତ ଆମ ଓଡ଼ିଶା ନବୀନ ଓଡ଼ିଶା ବିକଶିତ କରିବା ପାଇଁ ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମସ୍ତ ବିଧାୟକ ଓ ଅତିଥ୍‌ ମାନେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନ ଛୁରିଆ ବିକାଶ କହିଲେ ବିଜୁ ଜନତା ଦଳକୁ ବୁଝାଏ । ସମସ୍ତେ ବିଜୁ ଜନତା ଦଳକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ଗାଁ ଠୁ ସହର ସବୁଆଡେ ବିକାଶ ମୁହାଁ ଓଡିଶ । ସାରା ଭାରତ ବର୍ଷରେ ବିକଶିତ ରାଜ୍ୟ ଭାବରେ ଗଢ଼ି ଉଠିଛି । ଉପାନ୍ତ ଅଞ୍ଚଳରେ ବିକାଶ ଶୀର୍ଷରେ ପହଞ୍ଚିବାରେ ଲାଗିଛି । ମିଶନ ଶକ୍ତିର ମା' ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଯୋଜନା କରିଛନ୍ତି ସେଥୁପାଇଁ ସେମାନେ ଆଜି ଆର୍ଥିକ ସାମାଜିକ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକୁ ସାରା ଭାରତ ବର୍ଷ ଆଜି ଅନୁସରଣ କରୁଛି । ୱାର୍ଡ ଠାରୁ  ସଙ୍ଗଠନ ଆରମ୍ଭ କରିବା ସହିତ ପ୍ରତ୍ୟେକ ଘରେ ଘରେ ମହିଳା ମାନେ ସାମିଲ ହୋଇ ବିଜୁ ଜନତା ଦଳର ବିକାଶ ବାର୍ତାକୁ ପହଞ୍ଚାଇବାକୁ ସ୍ନେହାଙ୍ଗିନ ପରାମର୍ଶ ଦେଇଥିଲେ । ବିଜୁ ଜନତା ଦଳର ବିକଳ୍ପ ସାରା ଭାରତ ବର୍ଷର କୌଣସି ଦଳ ନାହିଁ । ମହିଳା ମାନେ ଚାହିଁଲେ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଣି ସାରା ଭାରତ ବର୍ଷରେ ଏକ ନମ୍ବର ହୋଇପାରିବେଏହି ଅବସରରେ ନୟାଗଡ଼ ବିଧାୟକ ଡ. ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ବିଜୁ ଜନତା ଦଳର ବିକାଶର ବାର୍ତାକୁ ରଖିଲେ । ସାରା ଭାରତ ବର୍ଷରେ ବିଜୁ ଜନତା ଦଳ ଗୋଟିଏ ଦଳ ଯେଉଁ ଦଳ ପ୍ରତ୍ୟେକ ନିର୍ବାଚନରେ ଭୋଟ ହାର ବୃଦ୍ଧି କରିବାରେ ସଫଳ ହୋଇଛି । ସେଥ‌ିପାଇଁ ମା' ମାନଙ୍କର ଭୂମିକା ଅଧ‌ିକ ରହିଛି । ମା' ମାନେ କଠିନ ପରିଶ୍ରମ କଲେ ବିଜୁ ଜନତା ଦଳ ଆଗାମୀ ଦିନରେ ପୁଣି ଏକ ନମ୍ବର ହୋଇପାରିବ । ନୟାଗଡ଼ ଜିଲ୍ଲାର ୪ ଗୋଟି ଯାକ ନିର୍ବାଚନ ମଣ୍ଡଳୀରେ କିପରି ଶଙ୍ଖ ବାଜିବ ସେଥ୍ ପାଇଁ ଆଜିଠାରୁ ସମସ୍ତେ ପ୍ରସ୍ତୁତ ହେବା ଦରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ସାରା ଭାରତ ବର୍ଷରେ କୌଣସି ନେତା ନାହାନ୍ତି ବୋଲି ଡ. ସାହୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରେ ଥିବା ସମସ୍ତ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ପୌରାଞ୍ଚଳ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ରଣପୁର ଏନଏସିର ଅଧ୍ୟକ୍ଷା ରଙ୍ଗିନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l

Previous Post Next Post