ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷଣ କିଟ ଯୋଗାଣ ଲାଗି, ସ୍ୱାସ୍ଥ୍ୟ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କଲା : ଜିଲ୍ଲା କଂଗ୍ରେସ ।

utkalnews7
By
0


ନୟାଗଡ଼,୨୨।୮,(ଉତ୍କଳ ନ୍ୟୁଜ୍୭) : ନୟାଗଡ ଜିଲ୍ଲା ଗୋଡିପଡା ଗ୍ରାମରେ ଡେଙ୍ଗୁ ଜ୍ୱର ଆକ୍ରାନ୍ତ ରେ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଚଳିତ ଅଗଷ୍ଟ ମାସରେ ୫୦ ଆକ୍ରାନ୍ତ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଲେଣି l   ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡେଙ୍ଗୁ ପରୀକ୍ଷଣ କିଟ ଉପଲବ୍ଧ ନାହିଁ l ଜ୍ୱର ପୀଡ଼ିତା ରୋଗୀ ବିଭିନ୍ନ ଘରୋଇ ପାଥୋଲୋଜିରେ ଡେଙ୍ଗୁ ପରୀକ୍ଷା ପାଇଁ ୧୦୦୦ ରୁ ୧୫୦୦ ଟଙ୍କା ବାଧ୍ୟ୍ୟ ହୋଇ ଦେଉଛନ୍ତି ଏବଂ ଟଙ୍କା ନଦେଇପାରି ବହୁ ପୀଡ଼ିତା ଡେଙ୍ଗୁ ପରୀକ୍ଷା କରି ପାରୁନାହାଁନ୍ତି l ଡେଙ୍ଗୁ ଆରମ୍ଭ ହେବା ପୂର୍ବରୁ ଯଦି ବ୍ୟାପକ ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା ସେବା ନଦେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କୁ ଅସ୍ବୀକାର କରାଯାଇ ପାରିବ ନାହିଁ ।ଏଣୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆବଶ୍ୟକୀୟ ଡେଙ୍ଗୁ ଜ୍ୱର ପରୀକ୍ଷଣ କିଟ ଉପଲବ୍ଧ କରିବା ଲାଗି ଜିଲ୍ଲା କଂଗ୍ରେସ ଦାବି କରିଛି।ଯଦି ପରୀକ୍ଷଣ କିଟ୍ ପ୍ରଦାନରେ ବିଳମ୍ବ ହୁଏ ତେବେ ଆଗାମୀ ଦିନରେ ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ଧାରଣା ଦେବାପାଇଁ ବାଧ୍ୟ୍ୟ ହେବ ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ l ନୟାଗଡ ଜିଲ୍ଲା ରେ ଡେଙ୍ଗୁ ଜ୍ୱର କୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ଡେଙ୍ଗୁ ପରୀକ୍ଷା କିଟ ଜିଲ୍ଲା ର ପ୍ରତ୍ୟେକ ହସ୍ପିଟାଲ ରେ ଉପଲବ୍ଧ କରାଇବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ, ବରିଷ୍ଠ ନେତା ହୁସେନ ଖାଁ,ଡିସିସି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସବ ସଚିବ ଶାଳିନୀ ପଣ୍ଡିତ ଙ୍କୁ ସିଡିଏମଓ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*