ବଡ଼କୁମାରୀରେ ଗଣେଶ ପୂଜା ପାଳିତ।


ବୋଲଗଡ଼,୧୯।୯,(ଉତ୍କଳ ନ୍ୟୁଜ୍୭) : ପବିତ୍ର ଗଣେଶ ଚତୃର୍ଥୀ  ଉପଲକ୍ଷେ ମଙ୍ଗଳବାର ଦିନ ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ରାଜସ୍ବ ଗ୍ରାମ, ବଜାର, ଶିକ୍ଷାନୁଷ୍ଠାନ, ଯୁବକ ସଙ୍ଘ, ପାଠାଗାର, ମହିଳା ସମିତି ସରକାରୀ, କାର୍ଯ୍ୟାଳୟ, ଓ଼ ଶିକ୍ଷା କୋଚିଂ କେନ୍ଦ୍ରଗୁଡିକରେ ପବିତ୍ର ଗଣେଶ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଗଣେଶ ପୂଜା ପରିଚାଳନା  କମିଟିର ସଦସ୍ୟମାନଙ୍କ ମିଳିତ ସହଯୋଗରେ ଗଣେଶ ପୂଜା ଅତ୍ୟନ୍ତ ସରସ ସୁନ୍ଦର ହୋଇପାରିଛି । ପ୍ରତ୍ୟେକ ଗଣେଶ ପୂଜା ମଣ୍ଡପଗୁଡିକୁ ଆୟୋଜକମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମlଳରେ ସୁସଜିତ କରାଯାଇଥିଲା ।ବଡ଼କୁମାରୀ ମା ଜେନାମଣି ଯୁବକ ସଙ୍ଘର ସଭାପତି ତୁଷାରକାନ୍ତ ନାୟକ, ସମ୍ପାଦକ ନିହାର ଜେନା ଓ ବରିଷ୍ଠ ସଭ୍ୟ ଟୁକୁନା ନାୟକ ,ଅରୂପ କୁମାର ସାହୁ, କୁନା ନାୟକଙ୍କ ସମେତ ସମସ୍ତ ସଭ୍ୟମାନଙ୍କ ମିଳିତ ସହଯୋଗରେ ପବିତ୍ର ଗଣେଶ ପୂଜା ପାଳନ ହେବା ସଙ୍ଗେସଙ୍ଗେ  ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଭଂଜନ କ୍ରୀର୍ତ୍ତନ, ଦlଶକାଠିଆ,ପlଲ୍ଲl, ଧୂଡ଼ିକି ନାଚ, କଣ୍ଡେଇ ନାଚ, ଓ଼ ମେଲୋଡି ପରିବେଷଣ କରାଯାଇଥିଲା।ଏହି ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକୁ  ବହୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ବାଙ୍କୋଇ ଫାଣ୍ଡି ଅଧିକାରୀ ସଂଗ୍ରାମ କେଶରୀ ପାଇକରାୟ ପୂଜା ମଣ୍ଡପ ଗୁଡିକରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Post a Comment

0 Comments