ବୋଲଗଡ଼,୧୭।୯,(ଉତ୍କଳ ନ୍ୟୁଜ୍୭): ବୋଲଗଡ଼ ବିଜେପି ମଣ୍ଡଳସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନଙ୍କ ଆବାହକତ୍ୱରେ ଓ ମଣ୍ଡଳ ସଭାପତି ରଘୁନାଥ ଷଢଙ୍ଗୀଙ୍କ ସଭାପତିତ୍ୱରେ ବୁଥସ୍ତରୀୟ ବିଜେପି କର୍ମୀ ସମ୍ମିଳନୀବିଜେପି ସଶକ୍ତି କରଣ କାର୍ଯ୍ୟକ୍ରମ ବୋଲଗଡ ବ୍ଲକ ଅନ୍ତର୍ଗତ ଅସରଳା ଗ୍ରାମସ୍ଥିତ ଜଗନ୍ନଥ ମନ୍ଦିର ପରିସରରେ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବିଜେପି କର୍ମୀ ସମ୍ମିଳନୀରେ ସଂମ୍ମାନିତ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରଣବିଜୁଳି ଓ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଜେପି ସଂଯୋଜକ ଦେବରାଜ ପଳେଇ ପ୍ରମୁଖ ଯୋଗଦେଇଥିଲେ ।ଏହି ବିଜେପି ବୁଥସ୍ତରୀୟ ସଶକ୍ତିକରଣ କାର୍ଯ୍ୟକ୍ରମରେ ଅସରଳା ଗ୍ରାମପଞ୍ଚାୟତର ବହୁ ବିଜେପି କର୍ମୀ ଓ ଜନ ସାଧାରଣମାନେ ଯୋଗଦେଇଥିଲେ ।ଅସରଳା ଗ୍ରାମପଞ୍ଚାୟତର ଅଧୁରା ରହିଥିବା ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡିକୁ ଓ ଲୋକମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରିବା ନିମନ୍ତେ ବୋଲଗଡ ବ୍ଲକ ପ୍ରଶାସନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରସାଶନ ମାଧ୍ୟମରେ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।୨୦୨୪ ସାଧାରଣ ନିର୍ବାଚନ ପାଇଁ ସମସ୍ତ ବିଜେପି କର୍ମୀ ମାନେ ଏକତା, ସମନ୍ୱୟ, ସଂଗଠନ ଓ ସହଯୋଗ ମାଧ୍ୟମରେ କାର୍ଯ୍ୟ କରି ଦଳକୁ ସୁଦୃଢ କରି ବିଜେପି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରଣବିଜୁଳି ସମସ୍ତ ଙ୍କୁ ଏକାଠି ହୋଇ କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି।