ମିଶନଶକ୍ତି ଯୋଜନା ରେ ସ୍କୁଟର ବଣ୍ଟନ।

utkalnews7
By
0


ପୁରୀ,୧୧।୧୦,(ଉତ୍କଳ ନ୍ୟୁଜ୍୭) :  ମାଆ ମାନେ ଆଜି କେବଳ ଘର କାମରେ ସୀମିତ ନାହାନ୍ତି ବରଂ ପାରିବାରିକ ଓ ସାମାଜିକ ଅର୍ଥନିତିକୁ ସୁଦୃଢ କରିଛନ୍ତି।ସେମାନେ ବିଭିନ୍ନ କାର୍ଯ୍ୟ ରେ ନିଜକୁ ସାମିଲ କରି ଆର୍ଥିକ ଲାଭବାନ ହେଉଛନ୍ତି।ସେହି କାର୍ଯ୍ୟ ରେ ଅଧିକ ସହଯୋଗ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସ୍କୁଟର ଯୋଜନା ରେ ଆଜି ୧୦୦ ମା ମାନଙ୍କୁ ସ୍କୁଟର ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।ବ୍ଲୁ ଫ୍ଲାଗ ବିଚ ସ୍ଥିତ ମିଶନ ଶକ୍ତି କାଫେ ନିକଟରେ ଏହି ସ୍କୁଟର ବଣ୍ଟନ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର,ଏଲ ଡି ଏମ କେ କେ ଆଚାର୍ଯ୍ୟ, ସମାଜ କଲ୍ୟାଣ  ଅଧିକାରୀ ଚିନ୍ମୟୀ ରଥ,ମିଶନ ଶକ୍ତିର ଡିପିଏମ ବନଜା କାନ୍ତ ମାହାରୀ ଡିପିସି ଆରତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଯୋଜନା ରେ ପ୍ରଥମ ପର୍ଯ୍ୟାୟରେ ୪୭୦ ଟି ସ୍କୁଟର ମଞ୍ଜୁର ହୋଇଥିବା ବେଳେ ଆଜି ୨୧୧ ଟି ବଣ୍ଟନ କରାଯାଇଛି ବୋଲି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*