ରାଜ୍ୟ ସ୍ତରୀୟ ସାଧୁ ସନ୍ଥ ସମ୍ମିଳନୀ ଓ ୨୩ତମ ବର୍ଷିକ ଉତ୍ସବ ପାଳିତ ।

utkalnews7
By
0


ଭାପୁର,୧୫।୧୦,(ଉତ୍କଳ ନ୍ୟୁଜ୍୭) : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପ୍ରାସାଦ ଗ୍ରାମସ୍ଥିତ ଗୋପାଳ ଜିଉ ମଠ ପରିସରରେ ୨୩ତମ ବାର୍ଷିକ ଉତ୍ସବ ଉପଲକ୍ଷେ ରାଜ୍ୟ ସ୍ତରୀୟ ସାଧୁ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୋପାଳ ଜିଉ ମଠର ମଠାଧୀଶ ମହନ୍ତ ଗୋପାଳ କୁମାର ଦାସ ଙ୍କ ପୌରହିତ୍ୟରେ ରବିବାର ଦିନ ସାଧୁ ସନ୍ଥ ମାନଙ୍କ ସମାବେଶ ହେବା ସହ ଅଧ୍ମାତିକ  ଚେତନା କୁ ଜାଗ୍ରତ କରିବା ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ଭାପୁର ବ୍ଲକର କଇଁ ଫୁଲିଆ, ଫତେଗଡ ଓ ଗୋଲାପୋଖରି ଆଦି ମଠର ମଠାଧୀଶ ମହନ୍ତ, ନୟାଗଡ ଜିଲ୍ଲାର ସମସ୍ତ ବ୍ଲକ, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଥିବା ମଠ ମାନଙ୍କର ମଠାଧୀଶ ମହନ୍ତ ତଥା ସାଧୁ ସନ୍ଥ ମାନେ ସାମିଲ ହୋଇଥିଲେ। ଉକ୍ତ ସମ୍ମିଳନୀରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଉପସ୍ଥିତ ରହି ଭଗବତ କୃପା ଲାଭ କରିଥିଲେ। ଆଧୁନିକ ସମାଜରେ ପଥ ଭ୍ରଷ୍ଟ ଯୁବ ପିଢ଼ି ଅଧ୍ମାତିକ ଚେତନା କୁ ଜାଗ୍ରତ କରି ପାରିଲେ ସମାଜ ର କଲ୍ୟାଣ ହେବ ବୋଲି ଉପସ୍ଥିତ ସାଧୁ ସନ୍ଥ ମାନେ ମତ ପ୍ରକାଶ କରିଥିଲେ। ଉକ୍ତ ଉତ୍ସବରେ ନାମ ଯଜ୍ଞ, ସଂକ୍ରିତନ, ଗୀତା ପାଠ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫଳରେ ଗ୍ରାମରେ ଏକ ଆଧ୍ମତିକ ପରିବେଶ ସୃଷ୍ଟି ହୋଇଛି।

Post a Comment

0 Comments

Please Select Embedded Mode To show the Comment System.*