ସାଗର ଗାଁ ପଞ୍ଚାୟତରେ ସମାଜ ସେବୀ ମନୋଜ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ।

utkalnews7
By
0
ବୋଲଗଡ଼,୧୭।୦୩,(ଉତ୍କଳ ନ୍ୟୁଜ୭) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସାଗରଗାଁ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗ୍ରାମରେ ରବି ବାର ଦିନ ସମାଜ ସେବୀ ମନୋଜ କୁମାର ପ୍ରଧାନକୁ ସମ୍ବର୍ଦ୍ଧନା  ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବନ୍ଧୁମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ  ବିଶିଷ୍ଠ ଅତିଥି ଭାବେ ସମାଜ ସେବୀ ମନୋଜ କୁମାର ପ୍ରଧାନ ସମାଜ ସେବୀ ନିଲୁ ନାଥ, ନିଶିତ ପଟ୍ଟନାୟକ ଓ ଜିଲୁ ସ୍ୱାଇଁ ପ୍ରମୁଖ  ଦେଇ ବେଣାଗାଡ଼ିଆ ପାଟଣା ଓ କୃଷ୍ଣ ପ୍ରସାଦ ଗ୍ରାମର ବହୁ ଆଦିବାସୀ, ଅସହାୟ ଗରିବ ଭିନ୍ନକ୍ଷମ ଲୋକମାନଙ୍କୁ ଭେଟି ଗ୍ରାମର ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ଏହି ଅବସରରେ ଉଭୟ ଗ୍ରାମବାସୀ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ ହିତକର ଯୋଜନା ଯଥା ଗମନାଗମନ, ପାନୀୟ ଜଳ ସ୍ୱାସ୍ଥ୍ୟ,ପରିମଳ, ବାସଗୃହ ଓ ଶିକ୍ଷାରୁ ବଞ୍ଚିତ ଅଛନ୍ତିବୋଲି ସମାଜସେବୀ ଶ୍ରୀ ପ୍ରଧାନଙ୍କୁ କହିଥିଲେ। ରାଜ୍ୟ ସରକାର  ଗରିବ ଅସହାୟ,ଆଦିବାସୀ ଓ ଭିନ୍ନକ୍ଷମମାନଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯାହା ବ୍ୟତିକ୍ରମ ଘଟିଛି  । ବୋଲଗଡ଼ ବ୍ଲକ ସାଗର ଗାଁ ପଞ୍ଚାୟତ ଅନ୍ତର୍ଗତ ବେଣାଗାଡ଼ିଆ ପାଟଣା ଓ  କୃଷ୍ଣ ପ୍ରସାଦ ଗ୍ରାମଗୁଡିକରେ ଲୋକମାନେ ସେମାନଙ୍କର ମୌଳିକ ସୁବିଧା ପାଇଁ ପାରିନଥିବାରୁ  ଜିଲ୍ଲାପ୍ରଶାସନ, ବ୍ଲକ ପ୍ରଶାସନଓ ଜନପ୍ରତିନିଧିମାନେ ଦାୟୀ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Post a Comment

0 Comments

Please Select Embedded Mode To show the Comment System.*