ପଠାଣି ସାମନ୍ତଙ୍କ ୧୯୦ତମ ଜୟନ୍ତୀ ମହାସମାରୋହ ପାଳିତ।

utkalnews7
By
0


ନୟାଗଡ଼,୧୩/୧୨,(ଉତ୍କଳ ନ୍ୟୁଜ୍୭) : ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ର ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ  ୧୯୦ତମ ଜନ୍ମସ୍ମାରକୀ ମହାସମାରୋହରେ ସ୍ଥାନୀୟ ଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତି ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆଥାୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେଦେବାଶିଷ ପଟ୍ଟନାୟକ ସମ୍ମାନି ଅତିଥୂଭାବେ ଯୋଗଦାନ କରିଥିଲେ।ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ' ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ନୟାଗଡ଼ର ପ୍ରାକ୍ତନ ବନଖଣ୍ଡ ଅଧିକାରୀ ଏଚ. ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ',ଧୁରୀଣ ବିଜ୍ଞାନୀ ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ 'ପଠାଣି ସାମନ୍ଧ ପ୍ରତିଭା' ସମ୍ମାନ, ସୁନାମଧନ୍ୟ ଯଶସ୍ବୀ ଆଇନଜୀବୀ ବୃନ୍ଦାବନ ପଣ୍ଡାଙ୍କୁ ‘ପଠାଣି ସାମନ୍ତି ଆଇନ୍ ସେବା ରନ୍',କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କୁ ଦାସିଆ ଅଜା ସାହିତ୍ୟ ସମ୍ମାନ',ସମାଜସେବୀ ଉଷା ପଟ୍ଟନାୟକଙ୍କୁ ପଠାଣି ସାମନ୍ତ ସେବା ସମ୍ମାନ,ସୁ ସାହିତ୍ୟିକା ଡ. ସୁକାନ୍ତି ମହାନ୍ତିଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ,ପୂଜ୍ୟ ଗୁରୁଜୀ ନୀଳମାଧବ ନନ୍ଦଙ୍କୁ ପଠାଣି ସାମନ୍ତ ଆଦର୍ଶ ଶିକ୍ଷକ ସମ୍ମାନ,କ୍ରିକେଟର ସଂଗ୍ରାମ କେଶରୀ ଗୁମାନସିଂଙ୍କୁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ',ସଙ୍ଗୀତ ଗୁରୁ ରଜନୀକାନ୍ତି ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ସଙ୍ଗୀତ ସମ୍ମାନ'ରେ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା।ପୌରୋହିତ୍ୟରେ ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଚନ୍ଦ୍ରବିଜୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ, ଉପ-ସଭାପତି ରଣଜିତ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥ‌ିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ଜୟଶ୍ରୀ ଦେବୀଙ୍କ ସଂଯୋଜନାରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଭଜନ ଗାୟକ ରବୀନ୍ଦ୍ର ମହାପାତ୍ର ଏବଂ ଶୈଳଭାମା ମହାପାତ୍ରଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

Post a Comment

0 Comments

Please Select Embedded Mode To show the Comment System.*