ଚ଼ିଲିକା ନିର୍ବାଚନ ମଣ୍ଡଳୀର ବିକାଶକୁ ନେଇ ଆୟୋଜିତ କର୍ମଶାଳା ଓ ଲୋଚ଼ନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦେଲେ : ଆଇନ ମନ୍ତ୍ରୀ ।

utkalnews7
By
0


ଭୁବନେଶ୍ଵର,୮।୧୨,(ଉତ୍କଳ ନ୍ୟୁଜ୍୭) : ଭୁବନେଶ୍ବର ସ୍ଥିତ ରେଡ଼କ୍ରସ ଭବନ ଠାରେ ମା’ ଭଗବତୀ ବିକାଶ ପରିଷଦ ପକ୍ଷରୁ ଆଜି ଆୟୋଜିତ ଆଲୋଚ଼ନା ଚକ୍ରରେ ଯୋଗଦେଲେ ଚ଼ିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ବାଚନ ମଣ୍ଡଳୀର ବିକାଶ ବିଷୟରେ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ବାଣପୁରର ମା’ ଭଗବତୀ ମନ୍ଦିରର ଉନ୍ନତିକରଣ ଖୁବଶୀଘ୍ର ଶେଷ କରିବା ସହ ମା’ ଭଗବତୀ ମନ୍ଦିର ନିକଟରେ ଯାନବାହାନ ପାଇଁ ପାର୍କିଂ ବ୍ୟବସ୍ଥା ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପ୍ରଦାନ, ମିନି ଷ୍ଟାଡିୟମ,  ପାର୍କ, ମୁକ୍ତ ବ୍ୟାୟାମ ଗାର,  ମାର୍କେଟ କମ୍ପ୍ଲେକ୍ସ, ଅଟୋ ରିକ୍ସା ଷ୍ଟାଣ୍ଡ, ଗୋଶାଳା, ବାଣପୁର କୋର୍ଟରେ ସ୍ଥାୟୀ ବିଚାର ବିଭାଗୀୟ ଏଡ଼ିଜେ କୋର୍ଟ ପ୍ରତିଷ୍ଠା, ବାଣପୁର ତହସିଲରୁ ଚ଼ିଲିକା ତହସିଲ ପର୍ଯ୍ୟନ୍ତ ଟାଉନ ବସ ଚ଼ଳାଚ଼ଳ ବ୍ୟବସ୍ଥା ଓ ଚିଲିକା ନିର୍ବାଚନ ମଣ୍ଡଳୀ ସାମୂହିକ ଓ ଅର୍ଥନୈତିକ ବିକାଶ ସମ୍ପର୍କରେ ଆଲୋଚ଼ନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମା’ ଭଗବତୀ ବିକାଶ ପରିଷଦ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଡ଼ାଃ ଦେବେନ୍ଦ୍ର ନାଥ ମାନସିଂହଙ୍କ ସମେତ ବାଣପୁର ବ୍ଲକ୍ ଅଧ୍ୟକ୍ଷ‌, ବାଣପୁର ଏନଏସି ଅଧ୍ୟକ୍ଷଙ୍କ ସମେତ ବିଶିଷ୍ଟ ଶିକ୍ଷାବିତ୍ ତଥା ବୁଦ୍ଧିଜୀବି ସୁବଳ ଚ଼ରଣ ଭୋଳଙ୍କ ସମେତ ବହୁ ସମାଜସେବୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Please Select Embedded Mode To show the Comment System.*