ରଣପୁର, ୫/୧,(ଉତ୍କଳ ନିୟୁଜ୭) : ରଣପୁରର ଐତିହ୍ୟ, କଳା, ସଂକୃତି ପରମ୍ପରାକୁ ନେଇ ଅଜି ଉଦଘାଟିତ ହୋଇଛି ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ । ପ୍ରତ୍ୟେକ ବର୍ଷ ଜାନୁଆରୀ ୫ ତାରିଖରୁ ଆରମ୍ଭ କରି ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଆଜି ଦିନ ୩ ଟା ସମୟରୁ ୫ ପର୍ଯ୍ୟନ୍ତ କୁଇଜ କାଯ୍ୟକ୍ରମ ହୋଇଥିଲା ।
ଏଠାରେ ମିନା ବଜାର , ରାମଦୋଳି,ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ସହ ସରକାରଙ୍କ ତରଫରୁ ପଡ଼ିଥିବା ଷ୍ଟଲ ପଡ଼ିଛି । ଉଦଘାଟନୀ ସନ୍ଧ୍ୟାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା,ଖାଦ୍ୟ ଓ ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଭାଗ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ,ମାନ୍ୟବର ସାଂସଦ ପୁରୀ ଡ ସମ୍ବିତ ପାତ୍ର,ବିଧାୟକ ଖଣ୍ଡପଡା ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲାପାଳ ନୟାଗଡ଼ ଶ୍ରୀ ସୁନୀଲ ଅକ୍ଷୟ ଅଗ୍ରୱାଲ,କାର୍ଯ୍ୟନିର୍ବାହୀ ଅଧିକାରୀ ରଣପୁର (ଏନ.ଏ.ସି ) ରଞ୍ଜନ କୁମାର ଦାସ ,ଯୋଗଦେଇ ଉଦଘାଟନୀ ଦିବସକୁ ଆଗେଇ ନେବା ସହ, ସାଂକୃତିକ କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କ ତରଫରୁ ଦିଆଯାଇଥିବା ।
ପୁରୁଲିଆ ଛଉ ନୃତ୍ୟ ସହିତ ମେଲୋଡି ଗ୍ରୁପ (ସୁର ତାଲ କ୍ରିଏ ଟିଭି ),ସ୍ୱରଭ ଭାରଦ୍ୱଜ,ଏ ସ.ଆର୍ଥ୍ୟ ତାସହିତ ବିଶେଷ ଆକର୍ଷଣ ସିନେ କଳାକାର ମଧ୍ୟ୍ୟ ରହିଅଛିନ୍ତି । ଏହି ଐତିହ୍ୟ, କଳା,ସଂକୃତି,ପରମ୍ପରାକୁ ଆଦିକୁ ନେଇ ଅନୁଷ୍ଠିତ ହୋଇଅଛି । ଅନ୍ୟ ଜିଲ୍ଲା ଗୁଡିକ ମହୋତ୍ସଵଠୁ ଏ ବର୍ଷ ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫ ତାର ନିଆଁରା ଢଙ୍ଗରେ ପାଳନ ହୋଇଛି । ହଜାର ହଜାର ଜନ ସମାଗମ ଦେଖିବାକୁ ମିଳିଥିଲା ।
ମହୋତ୍ସବର ସଭାପତି ରଣପୁର ବିଧାୟିକା ତଥା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସମ୍ପାଦକ ସ୍ୱରାଜ ମହାନ୍ତି,ସହ ମହୋତ୍ସଵ କମିଟିର ସମସ୍ତ ମେମ୍ବରଙ୍କ ସହଯୋଗ ରହିଥିବାରୁ ଆଜି ଏହି ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳ ହୋଇଛି । ଏହା ସହ ପୋଲିସ ବିଭାଗ, ଦମକଳ ବିଭାଗ ମଧ୍ୟ୍ୟ . ମହୋତ୍ସଵ ଦିନରେ ସହଯୋଗ ରହିଅଛି । ମହୋତ୍ସବ ସରଶ ସୁନ୍ଦର ହେବା ସହ ସଫଳ ହୋଇଛି।ବେଶ ରଣପୁର ଅଞ୍ଚଳ ବାସୀ ଖୁସି ଅନୁଭବ କରିଛନ୍ତି ।
(ରଣପୁରରୁ ଯଦୁନାଥ ସାମନ୍ତରାୟଙ୍କ ରିପୋର୍ଟ )