Ad Code

Responsive Advertisement

ରଣପୁର ମହୋତ୍ସବ ‘ଅର୍ଜୁନ– ୨୦୨୫’ ଦ୍ୱିତୀୟ ସନ୍ଧ୍ୟା : ପୁରୀ ସାହି ନାଗା ନୃତ୍ୟ ଦର୍ଶକଙ୍କ ମନମୋହିଲା ।


ରଣପୁର,୬/୧ ,(ଉତ୍କଳ ନ୍ୟୁଜ୍୭) : ରଣପୁରର ଐତିହ୍ୟ, କଳା, ସଂକୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥ‌ିବା ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ଆଜିତାର ଦ୍ୱିତୀୟ ସନ୍ଧ୍ୟା  । ଜାନୁଆରି ୫ ତାରିଖରୁ ଆରମ୍ଭ କରି ୯ ତାରିଖ ପର୍ଯ୍ୟନ୍ତ ଚଳିବ ମହୋତ୍ସବ । ଏଠାରେ ମିନା ବଜାର ରାମଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ସହ ସରକାରଙ୍କ ତରଫରୁ ପଡ଼ିଥିବା ଷ୍ଟଲରେ ଦର୍ଶକଙ୍କ ଭିଡ଼ ଦେଖିବାକୁ  ମିଳିଥିଲା । ରଣପୁର ବିଧାୟିକା ତଥା ବାଚସ୍ପତି  ସୁରମା ପାଢ଼ୀଙ୍କ ପୌରହିତରେ  ମୁଖ୍ୟଅତିଥି ଭାବେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥିଭାବେ ନୟାଗଡ଼ ବିଧାୟକ ଡ଼ଃ.ଅରୁଣ ସାହୁ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ନୟାଗଡ ଆରକ୍ଷୀ ଅଧିକ୍ଷିକା, ରଣପୁର ବିଡ଼ିଓ ସୁଧୀର କୁମାର ନାୟକ ପ୍ରମୁଖ ଯୋଗଦେଇ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପ୍ରତ୍ତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ରଣପୁରର କଳା, ସାହିତ୍ୟ, ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ରଣପୁରର ସହିଦ ବଳିଦାନ ଉପରେ ଆଲୋକ ପାତ କରିବା ସହିତ  ରଣପୁର ମାଟିକୁ ପସଲାମ କରିଥିଲେ ।


 ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ  କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ତରଫରୁ ଆସିଥିବା ପୁରୁଲିଆ ଲୋକ ନୃତ୍ୟ  ସହିତ ପୁରୀର ସାହି ନାଗା ମେଢ଼ ନୃତ୍ୟ   ହଜାର ହଜାର ଦର୍ଶମାନଙ୍କ ମନମୋହିଥିଲା  ।  ମହିଳା ସ୍ୱୟଂ ସହାୟିକା  ଗୋଷ୍ଠୀମାନଙ୍କ ଦ୍ୱାରା ସାମଗ୍ରୀ, ରାମଦୋଳି ସହ ଚଟପତି  ଖାଦ୍ୟର ମଜା ଉଠାଇଥିଲେ ଉପସ୍ଥିତ ହଜାର ହଜାର ଦର୍ଶକ ।  ଚଳିତ ବର୍ଷ ରଣପୁର ମହୋତ୍ସବ  "ଅର୍ଜୁନ-୨୦୨୫" ଧୁମଧାମରେ ପାଳିତ ହେଉଥିବାରୁ ରଣପୁର ଅଞ୍ଚଳବାସୀ  ମହୋତ୍ସବ  କମିଟିର ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।  


(ରଣପୁରରୁ  ଯଦୁନାଥ ସାମନ୍ତରାୟଙ୍କ ରିପୋର୍ଟ  ଉତ୍କଳ ନ୍ୟୁଜ୍୭)

Post a Comment

0 Comments