କୋରାପୁଟରେ ୪.୪ ତୀବ୍ରତାରେ ଭୂକମ୍ପ ଝଟକା : ଘରୁ ବାହାରକୁ ଚାଲି ଆସିଲେ ଲୋକେ ।

utkalnews7
By
0


କୋରାପୁଟ : ଭୂକମ୍ପରେ ଥରିଲା କୋରାପୁଟ ଜିଲ୍ଲା। ଗତକାଲି ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ କୋରାପୁଟ ଜିଲ୍ଲାର ଅନୁଭୂତ ହୋଇଛି। କେନ୍ଦ୍ର ସ୍ଥଳ ସୁନାବେଡାରୁ ପ୍ରାୟ ୩୩ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଥିଲା ।ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ କୋଠା ସହ ଜିନିଷ ପତ୍ର ଗୁଡିକ ଦୋହଲି ଥିଲା। ହଠାତ୍ ପ୍ରଚଣ୍ଡ ଶବ୍ଦସହ କମ୍ପନ ହେବାରୁ ଲୋକେ ଆତଙ୍କିତ ହୋଇ ଘର ଛାଡି ବାହାରକୁ ଚାଲି ଆସିଥିଲେ। କୋରାପୁଟ ସମେତ ଆନ୍ଧ୍ରର ଆରକୁ , ପାଡେରୁ, ପେଡାବାୟାଲୁ ଓ ହୁକମପେଟା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନକେନ୍ଦ୍ରର ସୂଚନା ଅନୁଯାୟୀ ଏହାର କେନ୍ଦ୍ର ସ୍ଥଳ ସୁନାବେଡାରୁ ପ୍ରାୟ ୩୩ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଥିଲା। ଏହା ଭୂପୃଷ୍ଠ ରୁ ୫ କିମି ଗଭୀରତାରେ ରହିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*