Ad Code

Responsive Advertisement

ବାଲୁଗାଁ ବିଜେପି ପକ୍ଷରୁ ବାବା ଉମାମହେଶ୍ୱର ପ୍ରାଙ୍ଗଣରେ ଏନଡିଏ ପାର୍ଥିଙ୍କ ବିଜୟ ଲାଗି ସମୁହ ଦୀପଦାନ।

 


ବାଲୁଗାଁ(ଉତ୍କଳ ନ୍ୟୁଜ୍୭)୧୮/୦୬: ସାରା ଦେଶରେ ରାଷ୍ଟ୍ରପତି ନିର୍ବାଚନ କୁ ନେଇ ସମସ୍ତ ଦଳ ଭିତରେ ଛକା ପଞ୍ଝା ଲାଗିରହିଥିବା ବେଳେ । ବାଲୁଗାଁ ବିଜେପି ପକ୍ଷରୁ ଏକ ଭିନ୍ନ ପ୍ରୟାସ ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଆଜି ଦେଶରେ ନୂତନ ମହାମାନ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମସ୍ତ ଦଳ ଅଣ୍ଟା କସିଥିବା ନଜିର ରହିଛି।


ନିଜ ନିଜ ପାର୍ଥିଙ୍କ ପାଇଁ ନେତା ଲାଗିପଡିଛନ୍ତି ବିପକ୍ଷ ନେତା ଙ୍କ ମନ ଜିଣି ଭୋଟ ନିଜ ସପକ୍ଷରେ ହାତେଇବା ପାଇଁ। କେଉଁଠାରେ ଦେଖାଦେଇଛି ନେତା ନେତାଙ୍କ ଠାରେ ବାକ ଯୁଦ୍ଧ ତ ଓ ଅନ୍ୟ କେଉଁଠାରେ ଦେଖା ଦେଇଛି ପାର୍ଥିଙ୍କୁ ନେଇ ଆଶାଳୀନ ମନ୍ତବ୍ୟ। କିନ୍ତୁ ବାଲୁଗାଁ ବି ଜେ ପି ପକ୍ଷରୁ ବାବା ଉମାମହେଶ୍ୱର ପ୍ରାଙ୍ଗଣରେ ଏନ ଡି ଏ ପାର୍ଥି ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚନ ବିଜୟୀ ହବାର୍ଥେ ଦୀପ ଦାନ କରାଯାଇଛି। ସେଠାରେ ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଭାପତି ସ୍ୱପ୍ନା ବଡ଼ଜେନା , ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ସମେତ ବାଲୁଗାଁ ଏନ୍ଏସିର ସମସ୍ତ କାଉନସିଲର ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।


Post a Comment

0 Comments