ରାଷ୍ଟ୍ରପତି ପ୍ରାର୍ଥିନୀଙ୍କ ବିଜୟ ଲାଗି ଭାରତୀୟ ଜନତା ପାର୍ଟିର ସମୁହ ଦୀପଦାନ।

utkalnews7
By
0




ନୟାଗଡ଼(ଉତ୍କଳ ନ୍ୟୁଜ୍୭),୧୭/୦୭:ରାତିପାହିଲେ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନୟାଗଡ଼ ଭାରତୀୟ ଜନତା ପାର୍ଟି ତରଫରୁ ନୟାଗଡ଼ ଆରାଧ୍ୟ୍ୟ ଦେବି ମା'ଦକ୍ଷିଣକାଳୀ  ଓ ଗୋପୀନାଥ ଦେବଙ୍କ ମନ୍ଦିରରେ ଦୀପଦାନ କରାଯାଇଛି l ଦେଶର ରାଷ୍ଟ୍ରପତି ଓଡ଼ିଶାରୁ ବାଛିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୟାଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା। ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀନୀ


ଦ୍ରୌପଦୀ ମୁର୍ମୁ ବିଜୟ କରିବା ଲାଗି ଆଜି ନୟାଗଡ଼ର ଭାରତୀୟ ଜନତା ପାର୍ଟିର ନେତ୍ରୀ ଇରାନି ରାୟ, ସନ୍ତୋଷ ପ୍ରଧାନ, ପ୍ରହଲ୍ଲାଦ ବରାଡ଼, ମାନସ ସାହୁ,ପ୍ରଭାତ ମହାପାତ୍ର, ଲକ୍ଷ୍ମୀଧର ତ୍ରିପାଠୀଙ୍କ ସହ ନୟାଗଡ଼ର ବହୁ ବ୍ୟକ୍ତି ରହି ମା ଦକ୍ଷିଣକାଳୀଙ୍କ ପାଖରେ ଦୀପଦାନ କରି ଆଶ୍ରିବାଦ ଭିକ୍ଷା କରିଛନ୍ତି l

Post a Comment

0 Comments

Please Select Embedded Mode To show the Comment System.*