ଭଡାଘରେ ଦମ୍ପତିଙ୍କ ଆତ୍ମହତ୍ୟା ନା ହତ୍ୟା?

utkalnews7
By
0



ଭୁବନେଶ୍ୱର(ଉତ୍କଳ ନ୍ୟୁଜ୍୭) ୧୭/୭: ଭଡାଘରେ ଦମ୍ପତିଙ୍କ ଝୁଲନ୍ତା ଶବ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକାକୁ ମିଳିଛି ଯାଜପୁର ଦଳା ଗାଁ ଶିବ ମନ୍ଦିର ନିକଟରେ।ଏକ ଭଡାଘରେ ରହୁଥିବା ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟାକାଣ୍ଡ ତାହା ସନ୍ଦେହ ଘେରରେ ।ଭଡା ଘରେ ବେକରେ ରଶି ଲଗାଇ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଜବତ କରିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପାରିବାରିକ କଳହ କିମ୍ବା ଅନ୍ୟ କୌଣସି କାରଣ ଥିବା ଅନୁମାନ କରୁଛି ପୋଲିସ । ମୃତ ଦମ୍ପତି ବାଲେଶ୍ୱର ସଦର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Tags:

Post a Comment

0 Comments

Please Select Embedded Mode To show the Comment System.*