ବାଣପୁର ଥାନା ପୋଲିସ ଦ୍ୱାରା ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଅପରାଧୀ ଗିରଫ।

utkalnews7
By
0


ବାଣପୁର,୨୪/୦୭(ଉତ୍କଳ ନ୍ୟୁଜ୍୭):ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପୋଲିସକୁ ମିଳିଲା ବଡ଼ ସଫଳତା ଜଣେ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କଲା ବାଣପୁର ଥାନା ପୋଲିସ। ଅପରାଧୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ମିଞ୍ଚିପାଟଣାର ତ୍ରିପତି ଗୌଡ଼ ଓରଫ ଛୋଟୁ। ବାଣପୁର ଥାନାର ଏକ ଡକାୟତି ଏବଂ ମରଣାନ୍ତକ ଆକ୍ରମଣ ମାମଲାରେ ଜଡ଼ିତ ଥିବା ଏହି ଅଭିଯୁକ୍ତଙ୍କୁ ଦୀର୍ଘ ଦିନ ହେଲା ପୋଲିସ ଖୋଜୁଥିବା ବେଳେ ଆଜି ବିଶେଷ ସୂତ୍ରରୁ ଖବର ପାଇ ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଚଢ଼ାଉ କରି ଛୋଟୁ କୁ ଗିରଫ କରାଛି। ଛୋଟୁ ବିରୋଧରେ ଭୁବନେଶ୍ୱର କମିଶନେରେଟ, ଖୋର୍ଦ୍ଧା, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାରେ ୧୩ ଗୋଟି ମାମଲା ଥିବାର ବାଣପୁର ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*