ମଙ୍କିପକ୍ସକୁ ନେଇ ସତର୍କ ରହିବାକୁ ଚେତାଇଲା,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

utkalnews7
By
0


ନୂଆଦିଲ୍ଲୀ,୨୪/୭ : ଦିନକୁ ଦିନ ବିଶ୍ୱରେ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏ ନେଇ ସତର୍କ ରହିବାକୁ ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ ଆଜି ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳ ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନର୍ଦ୍ଦେଶକ ସତର୍କ ରହିବାକୁ କହିଛନ୍ତି । ଡ.ପୁନମ କ୍ଷେତ୍ରପାଳ ସିଂହ କହିଛନ୍ତି କି ମଙ୍କିପକ୍ସ ଏଭଳି ଦେଶରେ ଏବେ ବଢିବାରେ ଲାଗିଛି ଯେଉଁଠାରେ ପୂର୍ବରୁ ଦେଖିବାକୁ ମିଳିନଥିଲା । ଯାହା ବଡ଼ ଚିନ୍ତାର ବିଷୟ ପାଲଟିଛି । ସେ କହିଛନ୍ତି କି ସଂକ୍ରମଣର ଏହି ମାମଲା ସେହି ମାନଙ୍କ ଠାରେ ଦେଖାଯାଉଛି ଯେଉଁମାନେ ପୁରୁଷଙ୍କ ସହ ସମ୍ବନ୍ଧରେ ରହିଛନ୍ତି । ଯାହାଙ୍କ ମଧ୍ୟରେ ସଂକ୍ରମଣର ଅଧିକ ବିପଦ ରହିଛି ।ବୈଶ୍ବିକ ସ୍ତରରେ ୭୫ଦେଶରେ ମଙ୍କିପକ୍ସର ୧୬୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ମଙ୍କିପକ୍ସର ଚାରି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଭାରତରେ ୩ଜଣ ଚିହ୍ନଟ ହୋଇଥିବାବେଳେ ଥାଇଲାଣ୍ଡରେ ଜଣେ ଅଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*