ଇଡିର ‘ଦୁରୁପଯୋଗ’କୁ ବିରୋଧ କରି ଧାରଣାରେ ବସିଥିଲା ବେଳେ ରାହୁଲ ଗାନ୍ଧୀଙ୍କୁ ଉଠାଇନେଲା ପୋଲିସ ।

utkalnews7
By
0

ନୂଆଦିଲ୍ଲୀ,୨୬/୭ : ପୁଣି ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରାଯାଇଛି ।ଏହି ସମୟରେ ବିଜୟ ଚୌକରେ ବିରୋଧ ପ୍ରଦର୍ଶନ କରି ଧାରଣାରେ ବସିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପୋଲିସ ରାହୁଲଙ୍କୁ ହେପାଜତକୁ ନେଇ କଂଗ୍ରେସ କ୍ୟାମ୍ପକୁ ନେଇଯାଇଛି ।

ଏ ନେଇ ଟ୍ବିଟ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ।ରାହୁଲ ନିଜ ଟ୍ବିଟରରେ ଲେଖିଛନ୍ତି କି, ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିପାରିବାନି, ଦରବୃଦ୍ଧି ଓ ବେରଜଗାରୀ ଉପରେ ଚର୍ଚ୍ଚା କରିପାରିବା ନାହିଁ । ପୋଲିସ ଏବଂ ଏଜେନ୍ସିର ଦୁରୁପଯୋଗ କରି ମୋତେ ଗିରଫ କରାଯାଇ କେବେ ଚୁପ୍ କରିପାରିବେନି ସରକାର । କେବଳ ‘ସତ୍ୟ’ହିଁ ଏହି ଏକଛାତ୍ରବାଦ ଶାସନକୁ ସମାପ୍ତ କରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

https://twitter.com/RahulGandhi/status/1551833312884232193?t=PA---5QeFz_nkyZLJghX6A&s=08

Post a Comment

0 Comments

Please Select Embedded Mode To show the Comment System.*